ରାଜ୍ୟ ସରକାରଙ୍କ ନୂଆ ନିୟମ । ବିବାହରେ ଯୋଗଦେବେ ସର୍ବମୋଟ ୫୦ ଲୋକ । ପ୍ରୋସେସନ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ ।

819

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ଆଜି ରାଜ୍ୟ ସରକାର ସମସ୍ତ ସହରାଞ୍ଚଳରେ ଜାରି କରିଛନ୍ତି ସପ୍ତାହନ୍ତ ସଟଡାଉନ୍ । ଏଣିକି ରାଜ୍ୟର ସମସ୍ତ ସହର ଶନି ଓ ରବିବାର ସଟଡାଉନ୍ ହେବ । ଏପରି ସ୍ଥିତିରେ ରାଜ୍ୟ ସରକାର ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ମଧ୍ୟ କଡା କଟକଣା ଜାରି କରିଛନ୍ତି । ବିବାହରେ ଏଣିକି ସର୍ବମୋଟ ୫୦ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ୨୦ ଜଣ ଲୋକ ଯୋଗ ଦେବେ ।

ଏସମ୍ପର୍କିତ ସୂଚନା ଦେଇ ଏସଆରସି କହିଛନ୍ତି ଯେ, କିଛି ଅଂଚଳରେ ଲୋକମାନେ ପଚାଶ ପଚାଶ ଲୋକଙ୍କୁ ନେଇ ଅଧିକ ଲୋକଙ୍କୁ ଏକଜୁଟ୍ କରୁଛନ୍ତି । ଯାହାଫଳରେ ବିବାହ ଆଦି କାମରୁ କରୋନା ବ୍ୟାପୁଛି । ତେଣୁ ଏବେ ଗୋଟିଏ ବିବାହରେ ସର୍ବମୋଟ ୫୦ ଜଣ ଲୋକ ଯୋଗଦେବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ସେହିପରି ବିବାହରେ ପ୍ରୋସେସନକୁ ମଧ୍ୟ ମନା କରାଯାଇଛି । ଯଦି କେହି ଏହାକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମ୍ପୃକ୍ତ ଗାଡିକୁ ସିଜ୍ କରାଯିବା ସହିତ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ ।

ଅନ୍ୟପଟେ ବିବାହରେ ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପାଳନ କରିବେ । ଗୋଟିଏ ଲୋକଠାରୁ ଅନ୍ୟ ଲୋକ ଭିତରେ ୬ ଫୁଟ୍ ଦୂରତା ରହିବ ବୋଲି କୁହାଯାଇଛି । ସେହିପରି ସାନିଟାଇଜରର ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି । ସେହିପରି କୋଭିଡ୍ ନିୟମ ଉଲ୍ଲଘଂନ କଲେ ବିବାହର ଆୟୋଜନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।