କନକ ବ୍ୟୁରୋ: ଦେଶରେ ବଢୁଥିବା ସଂକ୍ରମଣ ଭିତରେ ମହାରାଷ୍ଟ୍ରରୁ ଆସିଛି ବଡ ଖବର । ମହାରାଷ୍ଟ୍ରରେ ଆସନ୍ତାକାଲିଠୁ କଡାକଡି ହେବାକୁ ଯାଉଛି କୋଭିଡ୍ କଟକଣା । ଆସନ୍ତାକାଲି ରାତି ୮ଟାରୁ ଏହି କଟକଣା ଲାଗୁ ହେବ । ଯାହାକି ମେ ୧ ତାରିଖ ଯାଏଁ ବଳବତ୍ତର ରହିବ । ରାଜ୍ୟରେ ବଢୁଥିବା ସଂକ୍ରମଣ ଓ ମୃତ୍ୟୁକୁ ଦେଖି ଏପରି ନିଷ୍ପତ୍ତି ନେଇଛି ଉଦ୍ଧବ ସରକାର ।
ଏହି କଟକଣା ଭିତରେ ୧୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ ଚାଲିବ । ସେହିପରି ବିବାହରେ କେବଳ ୨୫ ଜଣ ଲୋକ ଯୋଗ ଦେଇପାରିବେ । ବିବାହ ଉତ୍ସବକୁ କେବଳ ୨ ଘଂଟା ଭିତରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ବି ଏହି ନିୟମ ଉଂଲ୍ଲଘନ କରନ୍ତି ତେବେ ତାଙ୍କୁ ୫୦ ହଜାର ଟଙ୍କା ଜରିମାନା ଗଣିବାକୁ ପଡିବ ।
ମହାରାଷ୍ଟ୍ରରେ କାଲିଠୁ କଡା ହେବ କଟକଣା
ଏପ୍ରିଲ ୨୨ ତାରିଖରୁ କଟକଣା ଆହୁରି କଡାକଡି ହେବ
ମେ ୧ ଯାଏଁ ଏହି କଟକଣା ଜାରି ରହିବ
କାଲି ରାତି ୮ଟାରୁ ଲାଗୁ ହେବ କଟକଣା#Maharashtra#Lockdownpic.twitter.com/KlvUwUsFkv— Kanak News (@kanak_news) April 21, 2021
ଗତ କିଛି ଦିନ ହେଲା ମହାରାଷ୍ଟ୍ରର କୋଭିଡ୍ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ସାରିଥିଲା । ଆଜି ବି ରାଜ୍ୟରୁ ପାଖାପାଖି ୭୦ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଖାଲି ସେତିକି ନୁହେଁ ମୃତ୍ୟୁସଂଖ୍ୟା ମଧ୍ୟ ମହାରାଷ୍ଟ୍ରରେ କ୍ରମାଗତ ବଢିବାକୁ ଲାଗିଥିଲା । ଯାହାକୁ ଦେଖିବା ପରେ ଏବେ ମହାରାଷ୍ଟ୍ରରେ କଟକଣା କଡାକଡି ହେବାକୁ ଘୋଷଣା ହୋଇଛି ।