କନକ ବ୍ୟୁରୋ: ଟ୍ୱିନ ସିଟିରେ ଆହୁରି କଡାକଡି ହେବ କୋଭିଡ କଟକଣା । ନାଇଟ କର୍ଫ୍ୟୁକୁ କଡାକଡି କରିବା ଲାଗି ପାଟ୍ରୋଲିଂକୁ ବ୍ୟାପକ କରାଯିବ । ଖାଲି ସେତିକି ନୁହେଁ ଆସନ୍ତାକାଲି କୋଭିଡ କଟକଣା ନେଇ ଗାଇଡଲାଇନ ମଧ୍ୟ ଆଣିବ ପୁଲିସ । ସେପଟେ ସନ୍ଧ୍ୟା ୮ଟାରୁ ଦୁଇ ସହରରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ଡିସିପି । କାଲି ମାଇକ ଯୋଗେ ପ୍ରଚାର କରାଯାଇ ଲୋକଙ୍କୁ ସଚେତନ କରାଯିବ । ଭୁବନେଶ୍ୱରର ୨୫ଟି ଚେକିଂ ପଂଏଟରେ ବ୍ୟାପକ ପୁଲିସ ମୁତୟନ ହେବେ ବୋଲି ସୂଚନା ମିଳୁଛି ।
ରାଜ୍ୟରେ ଏବେ କୋଭିଡ୍ ସଂକ୍ରମଣ ଉପର ମୁହାଁ ହୋଇ ଗତି କରୁଛି । ଏପରି ସ୍ଥିତିରେ ରାଜ୍ୟ ସରକାର ମଧ୍ୟ କୋଭିଡ୍ କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲିଠୁ ବିଭିନ୍ନ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କଟକଣା ମଧ୍ୟ ଜାରି କରାଯାଇଛି । ଏହାକୁ ଆଖି ଆଗରେ ରଖି ରାଜଧାନୀ ଓ କଟକରେ ମଧ୍ୟ ନିୟମ କଡାକଡି କରିବାକୁ ପୋଲିସ ନିଜ ଅଭିଯାନ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/police.jpg)