ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଆଜିଠାରୁ ଗଞ୍ଜାମରେ ୭ ଦିନିଆ କଟକଣା

164

କନକ ବ୍ୟୁରୋ : ସାରା ରାଜ୍ୟରେ ପୁଣି ଥରେ ନିଜ ଭୟାନକ ରୂପ ଦେଖାଇବା ଆରମ୍ଭ କରିଛି କରୋନା  । ଗଂଜାମରେ ମଧ୍ୟ ଦୁଇଦିନ ହେବ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ବଢୁଥିବା ସଂଖ୍ୟାକୁ ଦେଖି ଗଂଜାମ ଜିଲ୍ଲା ପ୍ରଶାସନ ମଧ୍ୟ କଟକଣା ଲାଗୁ କରିବା ପ୍ରକ୍ରିୟା ଆରମ୍ଭ କରିଛି । ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ, ପାର୍କ ଖେଳପଡିଆ, ସମୁଦ୍ର ବେଳାଭୂମି ଓ ବିଭିନ୍ନ ହ୍ରଦକୁ ୭ଦିନ ପାଇଁ ବନ୍ଦ କରିଛି ପ୍ରଶାସନ ।

ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି କଟକଣାକୁ ଲାଗୁ କରିଛି ପ୍ରଶାସନ । ସମସ୍ତ ଧର୍ମାନୁଷ୍ଠାନରେ କେବଳ ସେବାୟତ ଓ ପୂଜକ ରହି ରୀତିନିତି ସଂପନ୍ନ କରିବେ । ସାଧାରଣ ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ନାହିଁ । ଏହି ସମୟରେ ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ବିଶୋଧନ କରାଯିବ । ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ନିକଟସ୍ଥ କାଳୀ ମନ୍ଦିରରେ ଦେଖିବାକୁ ମିଳିଛି କଟକଣାରେ ଦର୍ଶନ ବ୍ୟବସ୍ଥା । ଭକ୍ତ କେବଳ ମନ୍ଦିର ବାହାରୁ ଦର୍ଶନ କରି ଫେରି ଯାଉଛନ୍ତି । ମନ୍ଦିର ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି । ସେହିଭଳି ସର୍ବସାଧାରଣ ସ୍ଥାନରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ ବି କଟକଣା ଲାଗିଛି ।