କନକ ବ୍ୟୁରୋ: ରାଜ୍ୟରେ କରୋନାର ଗ୍ରାଫ୍ ଉପରମୁହାଁ ହୋଇ ଗତି କରୁଥିବାବେଳେ ମାଲକାନଗିରି ଜିଲ୍ଲାକୁ ପୁଣି ଫେରିଛି କରୋନା କଟକଣା । ଏଣିକି ଜନଗହଳି ପୂର୍ଣ୍ଣ ଅଂଚଳକୁ ଗଲେ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଏହାସହ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନରେ ହାଣ୍ଡୱାସ୍ ଓ ସାନିଟାଇଜର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସେତିକି ନୁହେଁ, ହୋଟେଲ, ରେଷ୍ଟୁରାଣ୍ଟରେ ଭିଡ୍ ନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।
ମାଲକାନଗିରି ଜିଲ୍ଲାକୁ ଫେରିଲା କରୋନା କଟକଣା । ଦୋକାନୀ ଓ ଗ୍ରାହକଙ୍କୁ ହେଲା ମାସ୍କ ବାଧ୍ୟତାମୂଳକ । ବ୍ୟବସାୟୀ ପ୍ରତିଷ୍ଠାନରେ ହାଣ୍ଡୱାସ୍ ଓ ସାନିଟାଇଜର ରଖିବାକୁ ନିର୍ଦ୍ଦେଶ । ହୋଟେଲ, ରେଷ୍ଟୁରାଣ୍ଟରେ ଭିଡ ନ କରିବାକୁ ନିର୍ଦ୍ଦେଶ । #Malkangiri#COVID19#KanakNewspic.twitter.com/QTwsXkM8IJ
— Kanak News (@kanak_news) April 2, 2021
ଏହାବାଦ ମାଲକାନଗିରିରେ ଧର୍ମୀୟ ଅନୁଷ୍ଠାନରେ ମଧ୍ୟ ମାସ୍କ ଓ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ତା ସହ ନାଚ, ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାନିଯାତ୍ରାକୁ ବାରଣ କରାଯାଇଛି । ରାଜ୍ୟରେ କରୋନା ଗ୍ରାଫ୍ ବଢୁଥିବାବେଳେ ପୁଣି ନିୟମ କଡାକଡି କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ତେବେ ଏହି ନିୟମ ଭାଙ୍ଗିଲେ ଅମାନିଆଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/covid_19_4971811_1920_660_130620095738.jpg)