କନକ ବ୍ୟୁରୋ: ନିର୍ବାଚନୀ ରାଜ୍ୟରେ ବେକାବୁ କରୋନା । ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, ପୁଡୁଚେରୀ ଓ କେରଳରେ ହେଉଥିବା ନିର୍ବାଚନୀ ରାଲିଲେ ନା ଥିଲା ସାମାଜିକ ଦୂରତା ନା ଥିଲା ଲୋକଙ୍କ ମୁହଁରେ ମାସ୍କ । ତେଣୁ ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡ଼ିକରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାର ଚିତ୍ର ସାମ୍ନାକୁ ଆସିଛି । । ବିଭିନ୍ନ ଦଳୀୟ ନେତା ମାନେ ଏହି ସବୁ ରାଜ୍ୟ ଗୁଡ଼ିକରେ ନିର୍ବାଚନୀ ପ୍ରଚାର ପାଇଁ ଡ଼େରା ପକାଇଛନ୍ତି । ତେବେ ଦୈନିକ କରୋନା ସଂକ୍ରମଣ ଏବେ ଏହି ସବୁ ରାଜ୍ୟ ଗୁଡ଼ିକରେ ବଢିବାକୁ ଲାଗିଛି ।
ପଶ୍ଚିମବଙ୍ଗରେ ମାର୍ଚ୍ଚ ୧ ତାରିଖରେ ୧୭୧ ନୂଆ ସଂକ୍ରମଣ ଥିବା ବେଳେ ଏପ୍ରିଲ ୧ ତାରିଖରେ ଏହା ବୃଦ୍ଧି ପାଇ ୧୨ଶହ ୭୪ରେ ପଂହଚିଛି । ସେହିପରି ତାମିଲନାଡ଼ୁରେ ମାର୍ଚ୍ଚ ୧ ତାରିଖରେ ୪୭୪ ନୂଆ ସଂକ୍ରମଣ ଥିବା ବେଳେ ଏପ୍ରିଲ ୧ ତାରିଖରେ ଏହା ବୃଦ୍ଧି ପାଇ ୨୮ଶହ ୧୭ରେ ପହଂଚିଛି । ସେହିପରି ଆସାମରେ ମାର୍ଚ୍ଚ ୧ତାରିଖରେ ନୂଆ ସଂକ୍ରମଣ ୧୫ ଥିବା ବେଳେ ଏବେ ଏପ୍ରିଲ ୧ ତାରିଖରେ ଏହା ବୃଦ୍ଧି ପାଇ ୫୦ରେ ପହଂଚିଛି । କିନ୍ତୁ କେରଳ ଏହି ସବୁ ରାଜ୍ୟ ତୁଳନାରେ କରୋନାର ଦୈନିକ ସଂକ୍ରମଣରେ କମ ସଂଖ୍ୟାକ ଆସିଥିବା ଦେଖିବାକୁ ମିଳିଛି ।
Follow Us