ନିର୍ବାଚନ ରାଜ୍ୟରେ କରୋନା ବିସ୍ଫୋଟ । ରାଲି ଓ ଶୋଭାଯାତ୍ରାରେ କରୋନା କଟକଣାକୁ ଫୁ । କେରଳକୁ ଛାଡି ପଶ୍ଚିମବଙ୍ଗ, ତାମିଲନାଡୁ ଓ ଆସାମରେ ଦ୍ରୁତ ଗତିରେ ବଢିଲା ସଂକ୍ରମଣ ।

158

କନକ ବ୍ୟୁରୋ: ନିର୍ବାଚନୀ ରାଜ୍ୟରେ ବେକାବୁ କରୋନା । ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, ପୁଡୁଚେରୀ ଓ କେରଳରେ ହେଉଥିବା ନିର୍ବାଚନୀ ରାଲିଲେ ନା ଥିଲା ସାମାଜିକ ଦୂରତା ନା ଥିଲା ଲୋକଙ୍କ ମୁହଁରେ ମାସ୍କ । ତେଣୁ ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡ଼ିକରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାର ଚିତ୍ର ସାମ୍ନାକୁ ଆସିଛି । । ବିଭିନ୍ନ ଦଳୀୟ ନେତା ମାନେ ଏହି ସବୁ ରାଜ୍ୟ ଗୁଡ଼ିକରେ ନିର୍ବାଚନୀ ପ୍ରଚାର ପାଇଁ ଡ଼େରା ପକାଇଛନ୍ତି । ତେବେ ଦୈନିକ କରୋନା ସଂକ୍ରମଣ ଏବେ ଏହି ସବୁ ରାଜ୍ୟ ଗୁଡ଼ିକରେ ବଢିବାକୁ ଲାଗିଛି ।

ପଶ୍ଚିମବଙ୍ଗରେ ମାର୍ଚ୍ଚ ୧ ତାରିଖରେ ୧୭୧ ନୂଆ ସଂକ୍ରମଣ ଥିବା ବେଳେ ଏପ୍ରିଲ ୧ ତାରିଖରେ ଏହା ବୃଦ୍ଧି ପାଇ ୧୨ଶହ ୭୪ରେ ପଂହଚିଛି । ସେହିପରି ତାମିଲନାଡ଼ୁରେ ମାର୍ଚ୍ଚ ୧ ତାରିଖରେ ୪୭୪ ନୂଆ ସଂକ୍ରମଣ ଥିବା ବେଳେ ଏପ୍ରିଲ ୧ ତାରିଖରେ ଏହା ବୃଦ୍ଧି ପାଇ ୨୮ଶହ ୧୭ରେ ପହଂଚିଛି । ସେହିପରି ଆସାମରେ ମାର୍ଚ୍ଚ ୧ତାରିଖରେ ନୂଆ ସଂକ୍ରମଣ ୧୫ ଥିବା ବେଳେ ଏବେ ଏପ୍ରିଲ ୧ ତାରିଖରେ ଏହା ବୃଦ୍ଧି ପାଇ ୫୦ରେ ପହଂଚିଛି । କିନ୍ତୁ କେରଳ ଏହି ସବୁ ରାଜ୍ୟ ତୁଳନାରେ କରୋନାର ଦୈନିକ ସଂକ୍ରମଣରେ କମ ସଂଖ୍ୟାକ ଆସିଥିବା ଦେଖିବାକୁ ମିଳିଛି ।

କେରଳରେ ମାର୍ଚ୍ଚ ୧ତାରିଖରେ ଦୈନିକ କରୋନା ସଂକ୍ରମଣ ୩୪ ଶହ ୯୬ ଥିବା ବେଳେ ଏପ୍ରିଲ ୧ ତାରିଖରେ ଏହା ବୃଦ୍ଧି ପାଇ ୨ହଜାର ୯୪ରେ ପହଂଚିଛି । ନିର୍ବାଚନୀ ରୁତୁ ଆରମ୍ଭ ହେବା ପରେ ପଶ୍ଚିମବଙ୍ଗରେ ପ୍ରାୟ ୫୦ରୁ ଅଧିକା ନିର୍ବାଚନୀ ରାଲି ଓ ରୋଡ଼ ସୋ ହୋଇସାରିଛି । ଆଗାମୀ ପର୍ଯ୍ୟାୟ ନିର୍ବାଚନ ପାଇଁ ଏହି ରାଲି ସଂଖ୍ୟା ଆହୁରି ବଢିପାରେ । ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ବଢୁଛି ହେଲେ ଟିକାକରଣ କମିଛି । ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁରେ ଟିକାକରଣ ହାର ୨୭ ପ୍ରତିଶତ କମିଛି । ଆସାମରେ ଟିକାକରଣ କ୍ଷେତ୍ରରେ ପ୍ରାୟ ୪୧ ପ୍ରତିଶତ କମିଥିବା ଚିତ୍ର ସାମ୍ନାକୁ ଆସିଛି ।