ପୁଣି କରୋନାର ଅଲୋଡ଼ା ରେକର୍ଡ – ଦେଶରେ ଦୈନିକ ସଂକ୍ରମଣ ଟପିଲା ୪ଲକ୍ଷ । ଏପଟେ ରାଜ୍ୟରେ ୧୦ ହଜାର ଅତିକ୍ରମ କଲା ସଂକ୍ରମଣ ସଂଖ୍ୟା ।

174

କନକ ବ୍ୟୁରୋ: ଓଡ଼ିଶାର ୧୯ଟି ଜିଲ୍ଲା ଏବେ ରେଡ୍ ଜୋନରେ । ବିଶେଷ କରି ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ସ୍ଥିତି ଉଦବେଗଜନକ ହୋଇଛି । କ୍ରମାଗତ ୧୦ ଦିନ ଧରି ଉପରମୁହାଁ ହୋଇ ରହିଛି ସଂକ୍ରମଣ । ଏପ୍ରିଲ ୨୫ ତାରଖରେ ୬୫୯୯ ଦୈନିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟେଷ୍ଟ-ପଜିଟିଭିଟି ହାର ଥିଲା ୧୬.୬୫ ପ୍ରତିଶତ । ଏପ୍ରିଲ ୨୭ ତାରିଖରେ ପାଖାପାଖି ୨୦ ପ୍ରତିଶତ ପହଁଚି ଯାଇଥିଲା ସଂକ୍ରମଣ ହାର । ୨୮ ତାରିଖରେ ସାମାନ୍ୟ କମିବା ପରେ ପୁଣି ଉପରକୁ ଉଠିଛି ଆକ୍ରାନ୍ତଙ୍କ ସଂଖ୍ୟା ଓ ସଂକ୍ରମଣ ହାର । ତେବେ ଗତ ୨୪ ଘଂଟାରେ ରାଜ୍ୟରେ ୧୦,୪୧୩ ନୂଆ ପଜିଟିଭ୍ ମାମଲା ଆସିଥିବା ବେଳେ ପ୍ରାୟ ୨୨ ପ୍ରତିଶତ ରହିଛି ଟେଷ୍ଟ-ପଜିଟିଭିଟି ହାର । ଅର୍ଥାତ୍ ୧୦୦ ଜଣ କରୋନା ପରୀକ୍ଷା କରୁଥିବା ୨୨ ଜଣ ଆକ୍ରାନ୍ତ
ଚିହ୍ନଟ ହେଉଛି ।

          ତାରିଖ        ଟେଷ୍ଟ      ପଜିଟିଭ୍       ପଜିଟିଭିଟି ହାର

  • ଏପ୍ରିଲ ୨୫ : ୩୯,୬୪୨     ୬,୫୯୯          ୧୬.୬୫%
  • ଏପ୍ରିଲ ୨୬ : ୩୬,୮୪୫    ୬,୦୭୩         ୧୬.୪୮%
  • ଏପ୍ରିଲ ୨୭ : ୪୨,୪୦୧      ୮,୩୮୬         ୧୯.୭୮%
  • ଏପ୍ରିଲ ୨୮ : ୪୪,୦୬୪    ୬,୯୯୮           ୧୫.୮୮%
  • ଏପ୍ରିଲ ୨୯ : ୪୫,୪୫୨     ୮,୬୮୧             ୧୯.୧%
  • ଏପ୍ରିଲ୩୦: ୪୭, ୪୬୨    ୧୦,୪୧୩        ୨୧.୯୪%

ସଂକ୍ରମଣ ହାର ଦ୍ରୁତ ଗତିରେ ବଢ଼ୁଥିବାରୁ ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଇଙ୍ଗିତ କରୁଛି । ବିଶେଷଜ୍ଞମାନେ କହିଛନ୍ତି, ଗୋଷ୍ଠୀ ସଂକ୍ରମଣ ହେଲେ ଟେଷ୍ଟ-ପଜିଟିଭିଟି ହାରରେ ଦ୍ରୁତ ବୃଦ୍ଧି ଘଟିଥାଏ । ଏପଟେ ଦେଶରେ କରୋନା ସ୍ଥିତି ଆହୁରି ଉଦବେଗଜନକ । ଗୋଟିଏ ଦିନରେ ଚିହ୍ନଟ ହୋଇଛି ୪,୦୧,୯୯୩ ନୂଆ ମାମଲା । ଦେଶରେ ଟେଷ୍ଟ-ପଜିଟିଭିଟି ହାର ୨୦.୬୬ ପ୍ରତିଶତ ରହିଛି ଆଉ ୨୪ ଘଂଟାରେ କରୋନା ନେଇଛି ୩୫୨୩ ଜୀବନ ।