କୋଭିଡରେ ରାଜ୍ୟରେ ସର୍ବକାଳୀନ ଅଲୋଡା ରେକର୍ଡ । ଗତ ୨୪ ଘଣ୍ଟାରେ ୧୨ ହଜାର ୨୩୮ ପଜଟିଭି ଚିହ୍ନଟ, ସୁନ୍ଦରଗଡରେ ୨ ହଜାର ପାର

250

କନକ ବ୍ୟୁରୋ : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାର ଆସିଛି ଅଲୋଡା ରେକର୍ଡ । ସର୍ବକାଳୀନ ରେକର୍ଡ ଭାଙ୍ଗିଛି ପଜିଟିଭ ସଂଖ୍ୟା । ମୋଟ ୧୨ ହଜାର ୨୩୮ ପଜିଟିଭ ଚିହ୍ନଟ ହୋଇଛି । ୨୪ ଜିଲ୍ଲାରେ ୩ ଅଙ୍କ ଉପରେ ରହିଛି ସଂକ୍ରମଣ ।
ସୁନ୍ଦରଗଡରେ ସର୍ବାଧିକ ୨ ହଜାର ୭୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ୧୮ ଶହ ୨୮ ଓ କଟକରେ ୯୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରେ ୪୩୭, ବରଗଡରେ ୪୭୫, କଳାହାଣ୍ଡିରେ ୫୮୦, ନବରଙ୍ଗପୁରରେ ୨୮୨, ନୂଆପଡାରେ ୨୯୦ ଓ ସମ୍ବଲପୁରରେ ୫୪୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ୫୦ ହଜାର ୭୯୯ ନମୁନା ପରୀକ୍ଷା ହୋଇଛି । ସେହିଭଳି ଗତ ୨୪ ଘଂଟାରେ ୧୯ ଜଣ ପ୍ରାଣ ହରାଇଛନ୍ତି ।