ବଢୁଛି କରୋନା ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ୪ ଲକ୍ଷରୁ ଅଧିକ ନୂଆ ସଂକ୍ରମଣ, ୩ ହଜାର ୯ ଶହ ୧୫ ମୃତ 

113

କନକ ବ୍ୟୁରୋ : ଦେଶରେ ବଢୁଛି କରୋନା ସଂକ୍ରମଣ ।  ଗତ ୨୪ ଘଂଟା ମଧ୍ୟରେ  ୪ ଲକ୍ଷ ୧୪ ହଜାର ୧୮୮ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।  ସେହିଭଳି ୩ ହଜାର ୯ ଶହ ୧୫ ଜଣ ପ୍ରାଣ ହରାଇଛନ୍ତି ।  ପ୍ରଥମ ଥର ଲାଗି କରୋନା ସଂକ୍ରମଣ  ୪ ଲକ୍ଷ ୧୪ ହଜାର ଅତିକ୍ରମ କରିଛି ।   ଗତ ବୁଧବାରଦିନ ସଂକ୍ରମଣ ୪ ଲକ୍ଷ ୧୨ ପାର କରିଥିଲା ।  ସେହିଭଳି ୩୦ ଏପ୍ରିଲରେ ସଂକ୍ରମଣ ୪ ଲକ୍ଷ ୨ ହଜାର ଅତିକ୍ରମ କରିଥିଲା ।

ସେହିଭଳି ଆଜି ଗତ ୨୪ ଘଂଟା ମଧ୍ୟରେ  ରାଜ୍ୟରେ କରୋନାର ଆସିଛି ଅଲୋଡା ରେକର୍ଡ ।  ସର୍ବକାଳୀନ ରେକର୍ଡ ଭାଙ୍ଗିଛି ପଜିଟିଭ ସଂଖ୍ୟା । ମୋଟ ୧୨ ହଜାର ୨୩୮ ପଜିଟିଭ ଚିହ୍ନଟ ହୋଇଛି ।  ୨୪ ଜିଲ୍ଲାରେ ୩ ଅଙ୍କ ଉପରେ ରହିଛି ସଂକ୍ରମଣ  ସୁନ୍ଦରଗଡରେ ସର୍ବାଧିକ ୨ ହଜାର ୭୩  ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ୧୮ ଶହ ୨୮ ଓ କଟକରେ ୯୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରେ ୪୩୭, ବରଗଡରେ ୪୭୫,  କଳାହାଣ୍ଡିରେ ୫୮୦, ନବରଙ୍ଗପୁରରେ ୨୮୨, ନୂଆପଡାରେ ୨୯୦ ଓ ସମ୍ବଲପୁରରେ ୫୪୪ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଗତ ୨୪ ଘଂଟା ମଧ୍ୟରେ ୫୦ ହଜାର ୭୯୯ ନମୁନା ପରୀକ୍ଷା ହୋଇଛି ।  ସେହିଭଳି ଗତ ୨୪ ଘଂଟାରେ ୧୯ ଜଣ ପ୍ରାଣ ହରାଇଛନ୍ତି ।