କନକ ବ୍ୟୁରୋ: କରୋନାର ବଡ ଖବର । ୪୪ ନମ୍ବର କରୋନା ଆକ୍ରାନ୍ତ ମୃତ । କରୋନା ଭୂତାଣୁରୁ ସୁସ୍ଥ ହେବା ପରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ପଶ୍ଚିମବଙ୍ଗ ମେଦିନପୁରରୁ ଆସିଥିବା ୭୦ ବର୍ଷିୟ ବ୍ୟକ୍ତିଙ୍କ ଆଜି ସକାଳେ ମୃତ୍ୟୁ ହୋଇଛି । ସେ ଭୁବନେଶ୍ୱରରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ୪୪ ନମ୍ବର କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ । ତେବେ ସେ କରୋନାରୁ ସୁସ୍ଥ ହୋଇଥିଲେ । ଦୁଇ ଦୁଇ ଥର ପରୀକ୍ଷା ପରେ ତାଙ୍କ ନମୂନା ନେଗେଟିଭ ଆସିଥିଲା । ମାତ୍ର ଦେହ ଖରାପ ଥିବାରୁ ଅନ୍ୟ ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ରଖାଯାଇଥିଲା । ଆଉ ଆଜି ତାଙ୍କର ମୃତ୍ୟୁ ହୋଇଛି ।
ତେବେ ୭ ଏପ୍ରିଲରେ ମେଦିନାପୁରରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଅଭିମୁଖ୍ୟ ଆସିଥିଲେ ୪୪ ନମ୍ବର କରୋନା ଆକ୍ରାନ୍ତ । ସେହିଦିନ ରାତିରେ ଆସିବା ବାଟରେ ବାଲେଶ୍ୱରର ଏକ ଚା’ ଦୋକାନରେ ଅଟକିଥିଲେ । ୮ ଏପ୍ରିଲରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଆଇସୋଲେସନରେ ରହିଥିଲେ । ଆଉ ୯ ଏପ୍ରିଲରେ ତାଙ୍କ ନମୂନା ପଜିଟିଭ ଆସିଥିଲା। ତେବେ ପଜିଟିଭ ଜଣାପଡିବା ପରେ କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଅନ୍ୟ ରୋଗ ପାଇଁ ଚିକିତ୍ସାଧୀନ ଥିବାବେଳେ ତାଙ୍କର ଆଜି ମୃତ୍ୟୁ ହୋଇଛି ।