କରୋନା ଆକ୍ରାନ୍ତଙ୍କ ପାଇଁ ଆସିଲାନି ଆମ୍ବୁଲାନ୍ସ । ରେନକୋର୍ଟ ପିନ୍ଧି ବାଇକରେ ବସି ହସ୍ପିଟାଲରେ ପହଞ୍ଚିଲେ ରୋଗୀ ।

117

କନକ ବ୍ୟୁରୋ: ଆମ୍ବୁଲାନ୍ସ ନ ଆସିବାରୁ ବାଧ୍ୟ ହୋଇ ରେନକୋର୍ଟ ପିନ୍ଧି ବାଇକ୍ରେ ବସି ମେଡିକାଲ ଗଲେ କରୋନା ଆକ୍ରାନ୍ତ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ପଂଚାୟତ ଇଛାପାଲି ଗାଁରେ ଦେଖିବାକୁ ମିଲିଛି ଏହି ଦୃଶ୍ୟ । ଇଛାପାଲି ଗାଁର ୨୭ବର୍ଷ ବୟସ୍କ ଦୁଷ୍ମନ୍ତ ପ୍ରଧାନ ଆଠ ଦିନ ପୂର୍ବେ କରୋନା ଆକ୍ରାନ୍ତ ହୋଇ ଘରେ ସଂଗରୋଧରେ ଥିଲେ । ହଠାତ୍ ସେ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଦୀର୍ଘ ତିନି ଘଂଟା ଅପେକ୍ଷା ପରେ ବି ଆମ୍ବୁଲାନ୍ସ ନ ଆସିବାରୁ ବାଧ୍ୟ ହୋଇ ଘର ଲୋକେ ତାଙ୍କୁ ବାଇକରେ ରେନକୋର୍ଟ ପିନ୍ଧାଇ ଡାକ୍ତରଖାନା ନେଇଥିଲେ । ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।