ଆସିଲାନି ଅକ୍ସିଜେନ୍ । ‘ନିଶ୍ୱାସ’ ବିନା ହସ୍ପିଟାଲରେ ଚାଲିଗଲା ୨୪ କରୋନା ରୋଗୀଙ୍କ ଜୀବନ ।

3,074

କନକ ବ୍ୟୁରୋ : ମହାମାରୀ ସହ ଲଢେଇ ଭିତରେ ସାମ୍ନାକୁ ଆସୁଛି ଅନେକ ମରମସ୍ପର୍ଶୀ କାହାଣୀ । ଦେଶରେ ଅକ୍ସିଜେନ୍ ଅଭାବରୁ ମୃତ୍ୟୁର ତାଣ୍ଡବ ଥମିବାର ନାଁ ନେଉନାହିଁ । ଆଉ ଏହାରି ଭିତରେ କର୍ଣ୍ଣାଟକରୁ ଯେଉଁ ଖବର ଆସିଛି, ତାହା ସମସ୍ତଙ୍କୁ ବିବ୍ରତ କରିଦେବ । କର୍ଣ୍ଣାଟକର ଚାମରାଜନଗରରେ ଅକ୍ସିଜେନ ଅଭାବରୁ ୨୪ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଗତକାଲି ମଧ୍ୟରାତ୍ରିର ।

ଆସିଲାନି ଅକ୍ସିଜେନ୍, ଚାଲିଗଲା ଜୀବନ । ଠିକ୍ ସମୟରେ ଅକ୍ସିଜେନ୍ ନପହଞ୍ଚିବାରୁ ୨୪ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କର୍ଣ୍ଣାଟକର ଚାମରାଜନଗର ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କର ଅକ୍ସିଜେନ୍ ଆବଶ୍ୟକତା ପଡିଥିଲା । ବେଲ୍ଲାରୀରୁ ଅକ୍ସିଜେନ୍ ଆସିବାର ଥିଲା । କିନ୍ତୁ ଅକ୍ସିଜେନ୍ ଆସିବାରୁ ବିଳମ୍ବ ହେବାରୁ ଚାଲିଯାଇଥିଲା ଜୀବନ ।