ରାତି ଅଧରେ କରୋନା ଆକ୍ରାନ୍ତଙ୍କ ଉତ୍ପାତ: ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ବେଳେ ବସରୁ ବାହାରି ଆସିଲେ; ଗୋଡାଇ ଗୋଡାଇ ସମସ୍ତଙ୍କୁ ଛୁଇଁଦେବା ପାଇଁ କଲେ ଭୟଭୀତ

1,540

କନକ ବ୍ୟୁରୋ: କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଏବେ କରୋନା ସ୍ଥିତି ଏକପ୍ରକାର ଅଣାୟତ ହୋଇପଡିଛି । କରୋନାର ସଂକ୍ରମଣକୁ ରୋକିବା ପାଇଁ ସରକାର ସବୁ ପ୍ରକାର ପ୍ରୟାସ ଚଳାଇଛନ୍ତି । ବିଶେଷ କରି ଟେଷ୍ଟ, ଟ୍ରେସ ଆଣ୍ଡ ଟ୍ରିଟ ରଣନୀତି ଆପଣାଇଛନ୍ତି । ତେଣୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସେମାନଙ୍କୁ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି । ହେଲେ ଦେଖନ୍ତୁ ଏହି ଦୃଶ୍ୟକୁ । କିଭଳି ରାତି ଅଧରେ ଅମାନିଆ ହୋଇପଡିଛନ୍ତି କରୋନା ଆକ୍ରାନ୍ତ ।

କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ପରିସରର ଏହି ଚିତ୍ର । ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲକୁ ନେବା ପାଇଁ ପ୍ରୟାସ ଚାଲିଛି । ହେଲେ ମାନସିକ ଭାବେ ଏହି ଆକ୍ରାନ୍ତମାନା ଏଭଳି ବିଚଳିତ ହୋଇପଡିଛନ୍ତି ଯେ, କେବଳ ପ୍ରଶାସନ ଓ ହସ୍ପିଟାଲ କର୍ତୃପକ୍ଷଙ୍କୁ ଅସହ ଯୋଗ କରୁଛନ୍ତି ତାହାନୁହେଁ । ବରଂ ଗୋଡାଇ ଗୋଡାଇ ସମସ୍ତଙ୍କୁ ଛୁଇଁଦେବା ପାଇଁ ଭୟ ଦେଖାଉଛନ୍ତି । କରୋନା ଆକ୍ରାନ୍ତ ହୋଇଥିବା କ୍ୟାନସର ରୋଗୀ ଓ ସେମାନଙ୍କ ସଂପର୍କୀୟ କିଛି ଏହିଭଳି ଢଙ୍ଗରେ ଉତ୍ପାତ କରିଛନ୍ତି । ବେଶ କିଛି ସମୟ ଧରି ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ପରିସରରେ ଏଭଳି ଅଭାବନୀୟ ପରିସ୍ଥିତି ଲାଗିରହିଥିଲା ।

ଭୟରେ ବସର ଡ୍ରାଇଭର ଲୁଚିଯାଇଥିଲେ । ସଂକ୍ରମଣ ଭୟରେ ବସ ଛାଡି ଚାଲିଯାଇଥିଲେ ବସର ଅନ୍ୟ କର୍ମଚାରୀ । ଗତକାଲି ନୂଆ ୩୮ଟି ମାମଲାର ସହ ଆଜିଯାଏଁ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ମୋଟ୍ ୧୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ହସ୍ପିଟାଲ କର୍ତୃ ପକ୍ଷଙ୍କ ଅବହେଳା କାରଣରୁ କରୋନା ବ୍ୟାପୁଥିବା ଆକ୍ରାନ୍ତ ଅଭିଯୋଗ କରୁଛନ୍ତି ।