ଦେଶରେ ୨୩ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ପହଁଚିଲା ୭ଶହ ୨୩, ଗତ ୨ ସପ୍ତାହରେ ୮୦ ଜିଲ୍ଲାରୁ ଆସିନି ନୂଆ ମାମଲା ।

927

କନକ ବ୍ୟୁରୋ: ୮୦ ଜିଲ୍ଲାରେ ଗତ ୧୪ ଦିନରେ କୌଣସି ନୂଆ ପଜିଟିଭ ଚିହ୍ନଟ ହୋଇ ନାହାଁନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୨୦.୫୭ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ନିଶ୍ଚିତ ଭାବେ ଏକ ଭଲ ସୂଚନା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ତାଜା ରିପୋର୍ଟ ଅନୁସାରେ ଦେଶରେ ମୋଟ୍ ସଂକ୍ରମଣ ସଂଖ୍ୟା ୨୩ ହଜାର ୨୫୨ରେ ପହଁଚିଛି । ଆଜି ୧ହଜାର ୭୫୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ମୃତ୍ୟୁ ସଂଖ୍ୟା ୭୨୩ ଛୁଇଁଛି । ଗତ ୨୪ ଘଂଟାରେ ୨୪ ଜଣ କୋଭିଡ୍ – ୧୯ରେ ପ୍ରାଣ ହରାଇଛନ୍ତି ।

୧୫ ଟି ଜିଲ୍ଲାରେ ଗତ ୨୮ ଦିନରେ କୌଣସି ଗୋଟିଏ ମଧ୍ୟ ମାମଲା ଚିହ୍ନଟ ହୋଇନାହିଁ । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ଯେ, ପୂର୍ବର ୬ଟି ଅନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ଟିମ (ଆଇଏମସିଟି) ଛଡ଼ା ଆହୁରି ୪ଟି ଆଇଏମସିଟି ଗଠନ କରାଯାଇଛି । ଏସବୁ ଟିମ ଅହମଦାବାଦ, ସୁରତ,ହାଇଦ୍ରାବାଦ ଓ ଚେନ୍ନାଇ ପଠାଯିବ ।