ମହାରାଷ୍ଟ୍ରରେ କୋଭିଡ କଟକଣାର ଖୋଲାଖୋଲି ଉଲ୍ଲଙ୍ଘନ : ନଭି ମୁମ୍ବାଇରେ ଅନ୍ତର୍ଜାତୀୟ ବିମାନବନ୍ଦରର ନାଁକୁ ନେଇ ବିବାଦ

220

କନକ ବ୍ୟୁରୋ : ଦ୍ୱିତୀୟ ଲହରର ଭୟାବହତା ଏବେବି ଯାଇ ନ ଥିବା ବେଳେ ସେହି ମହାରାଷ୍ଟ୍ରରେ କୋଭିଡ ନିୟମର ଏପରି ଉଲ୍ଲଙ୍ଘନ ହେଉଛିି, ତାହ କେବେ କଳ୍ପନା କରିନଥିବେ । ନଭି- ମୁମ୍ବାଇରେ ଏଭଳି ପ୍ରତିବାଦର ଚିତ୍ର ଆସିଛି । ଅନ୍ତର୍ଜାତୀୟ ବିମାନବନ୍ଦର ନାମକରଣକୁ ନେଇ ବିଜେପି କର୍ମୀମାନେ ଏହି ପ୍ରତିବାଦ କରିଛନ୍ତି ।

ଡି.ବି. ପାଟିଲଙ୍କ ନାଁରେ ନାମକରଣ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । କିନ୍ତୁ ଶିବସେନା ସରକାର ବାଲାସାହେବ ଠାକରେଙ୍କ ନାଁରେ ବିମାନବନ୍ଦରର ନାମକରଣ ପାଇଁ ନିଷ୍ପତି ନେଇଛନ୍ତି । ଆପଣ ଜାଣିଥିବେ, ମହାରାଷ୍ଟ୍ର ରେ କରୋନା କେତେ ସାଂଘାତିକ ହୋଇଥିଲା । ଏ ଯାଏଁ କରୋନାରେ ମହାରାଷ୍ଟ୍ରରେ ୬୦ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୧ ଲକ୍ଷ ୧୯ ହଜାର ଲୋକଙ୍କ ମୃତ୍ୟୁ ହେଲାଣି । ଆଜି ପୁଣି ୫ ଶହ ୮ଜଣଙ୍କ ମୃତ୍ୟୁ ହୋଇଛି ।

କିନ୍ତୁ ଏହି ଚିତ୍ର ଦେଖିଲେ କେହି ଭାବିପାରିବ ନାହିଁ ଯେ, ଏତେ ସାଂଘାତିକ ପରିସ୍ଥିତିରେ ବି ଲୋକେ କେତେ ବେପରୁଆ ହୋଇଯାଉଛନ୍ତି । ଏବେ ମହାରାଷ୍ଟ୍ରରେ ପୁଣି ଡେଲଟା-ପ୍ଲସ ଭାଇରସ ଦେଖାଦେଲାଣି । ଏହି ଭାଇରସ ପୂର୍ବ ଭାଇରସଠାରୁ ଅଧିକ କ୍ଷତିକାରକ ବୋଲି କୁହାଯାଉଛି । କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ଆମେ ଏହାର ଗମ୍ଭୀରତାକୁ ନ ବୁଝି ରାଜନୈତିକ କାରଣକୁ ଅଧିକ ଗୁରୁତ୍ୱ ଦେଉଛୁ ।