ଶ୍ରୀଜିଉ ଦର୍ଶନରେ କୋହଳ ହେଲା କୋଭିଡ୍ କଟକଣା : ବିନା ରିପୋର୍ଟରେ ଆଜିଠୁ ମନ୍ଦିର ପ୍ରବେଶ ପାଇଁ ଅନୁମତି 

 ଦୈନିକ ୩୦ ହଜାର ଭକ୍ତ କରିବେ ଜଗନ୍ନାଥଙ୍କ ଦର୍ଶନ; ବାରିକେଡ୍ ମଧ୍ୟରେ କରିବାକୁ ପଡିବ ଅପେକ୍ଷା 

119

କନକ ବ୍ୟୁରୋ : ଆଜିଠୁ ସ୍ୱାଭାବିକ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ଦୈନିକ ପ୍ରାୟ ୩୦ ହଜାର ଭକ୍ତ କାଳିଆ ଦର୍ଶନ କରିବେ । ପ୍ରାୟ ୨୬ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି । ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିଥିଲା । ପ୍ରଥମେ ସେବାୟତ ପରିବାର ଓ ପୁରୀବାସୀ ଜଗା ଦର୍ଶନ କରିଥିଲେ । ଏହା ପରେ ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା ।

କିନ୍ତୁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା । ଯାହା ପାଇଁ ଅନେକ ଭକ୍ତ ଦୂରଦୁରାନ୍ତରୁ ଆସି ନିରାଶ ହୋଇ ଫେରୁଥିଲେ ।  ଗତକାଲି ଆନୁସଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ଡିଆଇଜି ଓ ଜିଲ୍ଲାପାଳ । ସେମାନେ ବ୍ୟାରିକେଡ୍ ସ୍ଥାନ ବୁଲିକି ଦେଖିଥିଲେ । ସିଂହଦ୍ୱାରରେ ସୁରକ୍ଷା ଓ ଦର୍ଶନ ବ୍ୟବସ୍ଥାର ତଦାରଖ କରିଥିଲେ ।