କରୋନା କାଳରେ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା । ପୁରୀ ଜିଲ୍ଲା ବାହାରୁ ଶବ ଆସିଲେ ଦେବାକୁ ପଡିବ କରୋନାର ନେଗେଟିଭ୍ ସାର୍ଟିଫିକେଟ ।

320

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ପୁରୀରୁ ଆସିଲା ବଡ ଖବର । କରୋନା ସମୟରେ ପୁରୀ ସ୍ୱର୍ଗଦ୍ୱାରରେ ଶବ ଦାହକୁ ନେଇ ପ୍ରଶାସନର ନେଲା ବଡ ନିଷ୍ପତି । କୋଭିଡ୍ କାଳରେ ସ୍ୱର୍ଗଦ୍ୱାରରେ ଶବ ଦାହ ଉପରେ ଲଗାଯାଇଛି କଟକଣା । ବିଶେଷ କରି ପୁରୀ ଜିଲ୍ଲା ବାହାରୁ ଶବ ଆସିଲେ ଦେବାକୁ ପଡିବ କରୋନାର ନେଗେଟିଭ୍ ସାର୍ଟିଫିକେଟ । ଏହା ସହିତ ଜିଲ୍ଲା ବାହାର ବ୍ୟକ୍ତିଙ୍କୁ ସ୍ୱର୍ଗଦ୍ୱାର ମନା କରାଯାଇଛି । ବର୍ତମାନ ରାଜ୍ୟରେ ସଂକ୍ରମଣ ବଢୁଥିବା ସମୟରେ ,ଏପରି ଏକ ନିଷ୍ପତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ । ଏହାପୂର୍ବରୁ ମଧ୍ୟ ଯେତେବେଳେ କୋଭିଡର ପ୍ରଥମ ଲହର ଦେଖାଦେଇଥିଲା, ସେ ସମୟରେ ବାହାର ଜିଲ୍ଲା ଓ ରାଜ୍ୟର ଲୋକଙ୍କୁ ପୁରୀ ସ୍ୱର୍ଗଦ୍ୱାର ମନା ହୋଇଥିଲା । ପୁରୀରେ ଅନ୍ୟ ଜିଲ୍ଲା ଓ ରାଜ୍ୟର ଲୋକଙ୍କ ଶବଦାହ ହେଲେ କୋଭିଡ୍ ବ୍ୟାପିବାର ଭୟ ରହୁଛି । ଯାହାକୁ ଆଖି ଆଗରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ।