କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ପୁରୀରୁ ଆସିଲା ବଡ ଖବର । କରୋନା ସମୟରେ ପୁରୀ ସ୍ୱର୍ଗଦ୍ୱାରରେ ଶବ ଦାହକୁ ନେଇ ପ୍ରଶାସନର ନେଲା ବଡ ନିଷ୍ପତି । କୋଭିଡ୍ କାଳରେ ସ୍ୱର୍ଗଦ୍ୱାରରେ ଶବ ଦାହ ଉପରେ ଲଗାଯାଇଛି କଟକଣା । ବିଶେଷ କରି ପୁରୀ ଜିଲ୍ଲା ବାହାରୁ ଶବ ଆସିଲେ ଦେବାକୁ ପଡିବ କରୋନାର ନେଗେଟିଭ୍ ସାର୍ଟିଫିକେଟ । ଏହା ସହିତ ଜିଲ୍ଲା ବାହାର ବ୍ୟକ୍ତିଙ୍କୁ ସ୍ୱର୍ଗଦ୍ୱାର ମନା କରାଯାଇଛି । ବର୍ତମାନ ରାଜ୍ୟରେ ସଂକ୍ରମଣ ବଢୁଥିବା ସମୟରେ ,ଏପରି ଏକ ନିଷ୍ପତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ । ଏହାପୂର୍ବରୁ ମଧ୍ୟ ଯେତେବେଳେ କୋଭିଡର ପ୍ରଥମ ଲହର ଦେଖାଦେଇଥିଲା, ସେ ସମୟରେ ବାହାର ଜିଲ୍ଲା ଓ ରାଜ୍ୟର ଲୋକଙ୍କୁ ପୁରୀ ସ୍ୱର୍ଗଦ୍ୱାର ମନା ହୋଇଥିଲା । ପୁରୀରେ ଅନ୍ୟ ଜିଲ୍ଲା ଓ ରାଜ୍ୟର ଲୋକଙ୍କ ଶବଦାହ ହେଲେ କୋଭିଡ୍ ବ୍ୟାପିବାର ଭୟ ରହୁଛି । ଯାହାକୁ ଆଖି ଆଗରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ।
ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ ଲାଗିଲା କଟକଣା । ଜିଲ୍ଲା ଓ ରାଜ୍ୟ ବାହାର ବ୍ୟକ୍ତିଙ୍କୁ ଶବଦାହ ପାଇଁ ସ୍ୱର୍ଗଦ୍ୱାର ମନା । ଆବଶ୍ୟକସ୍ଥଳେ ମୃତ ବ୍ୟକ୍ତିଙ୍କ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଶବଦାହ ବେଳେ ସୀମିତ ଲୋକ ଉପସ୍ଥିତ ରହିବେ । #Puri#Odishapic.twitter.com/RKdFGHT05z
— Kanak News (@kanak_news) April 25, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/11-25.jpg)