ରାଜ୍ୟରେ ମେ’ ଦ୍ୱିତୀୟ ସପ୍ତାହରେ ହ୍ରାସ ପାଇବ ସଂକ୍ରମଣ : ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା; ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶା ସ୍ଥିତି ଭଲ

282

କନକ ବ୍ୟୁରୋ : ରାଜ୍ୟକୁ ଆସୁଛି ୧ ଲକ୍ଷ କୋଭିସିଲଡ଼ ଟିକା । କୋଭିଡ ଟିକାକରଣ ଜାରୀରହିଛି । ୭୬୯ କେନ୍ଦ୍ରରେ ୧ ଲକ୍ଷ ୮ ହଜାର ୯୦୨ ଜଣଙ୍କୁ ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୫୫ ଲକ୍ଷ ୫୦ ହଜାର ୩୮୦ ଡୋଜ ଦିଆଯାଇଛି । ସଟଡାଉନ ଯୋଗୁଁ ଶନିବାର ଓ ରବିବାର ଟୀକାକରଣ ବନ୍ଦ ରହିଛି । ଟିକାକରଣ କେନ୍ଦ୍ରକୁ ଏହି ସମୟରେ ସାନିଟାଇଜ କରାଯିବ ।

ସୋମବାରରୁ ଶୁକ୍ରବାର ଅନବରତ ଭାବେ ଟିକାକରଣ ଚାଲିବ । ବର୍ତ୍ତମାନ ୧ ଲକ୍ଷ କୋଭିସିଲଡ଼ ଟିକା ଥିବା ବେଳେ ଆଜି ୧ ଲକ୍ଷ ଡୋଜ ଆସିବ । ସେହିଭଳି ୩.୭ କୋଭକ୍ସିନ ଅଛି । ଟିକା ଅଭାବରୁ ଅଧିକାଂଶ ଟିକାକରଣ ବନ୍ଦ ରହିଛି । ଅଧିକ ଆସିଲେ ସ୍ୱାଭାବିକ ହେବ । ଅଗ୍ରାଧିକାର ଭିତ୍ତିରେ ପଶ୍ଚିମ ଓଡିଶାକୁ ଟିକା ଦିଆଯାଉଛି । ପଶ୍ଚିମ ଓଡ଼ିଶାରେ ସ୍ଥିତି ସୁଧାର ଆସୁଛି ।

ଆଜି ବୈଠକ ଅଛି ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକାକରଣ ନେଇ କିଛି ଆଲୋଚନା ହୋଇପାରେ । ଉଭୟ ଟିକା ନିରାପଦ ଓ ଫଳପ୍ରଦ । ସମସ୍ତେ ଟିକା ନେବା ଉଚିତ। ଦୁଇଟି ଡୋଜ ନେବା ପରେ ହିଁ ସଂକ୍ରମଣକୁ ରକ୍ଷା କରାଯାଇପାରିବ । ପ୍ରଥମ ଡୋଜ ଏତେ ଫଳପ୍ରଦ ନୁହେଁ ବୋଲି କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।