ଭୁତାଣୁ ଭିତରେ ଭଲ ଖବର । ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ, ବଢୁଛି ସୁସ୍ଥ ହାର… ନଜର ପକାନ୍ତୁ ଗତ ୭ଦିନର ରିପୋର୍ଟ ଉପରେ

205

କନକ ବ୍ୟୁରୋ : ଭୁତାଣୁ ଭିତରେ ଭଲ ଖବର । ଏବେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ଭୁବନେଶ୍ୱରରେ ବି ତଳକୁ ଖସୁଛି କରୋନା ଗ୍ରାଫ୍ । ଯଦି ଆମେ ଗତ ୭ଦିନର କରୋନା ରିପୋର୍ଟ ଉପରେ ନଜର ପକାଇବା ତେବେ, ମେ ୩୧ ତାରିଖରେ ୮୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୧୦୪୬ ଜଣ ସୁସ୍ଥ ହୋଇଥିଲେ । ସେହିଭଳି ଜୁନ୍ ୧ ତାରିଖରେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଥିଲା । ଜୁନ୍ ୧ତାରିଖ ଦିନ ୯୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ୧୦୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ ।
ଜୁନ୍ ୨ତାରିଖରେ ୯୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସୁସ୍ଥହାର ବୃଦ୍ଧି ପାଇଥିଲା । ଜୁନ୍ ୨ରେ ୧୧୦୨ ସୁସ୍ଥ ହୋଇଥିଲେ । ଜୁନ୍ ୩ରେ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମି ୮୯୮କୁ ଖସିଥିଲା, ସେହି ପରିମାଣରେ ସୁସ୍ଥ ସଂଖ୍ୟା ମଧ୍ୟ ବଢିଥିଲା । ଜୁନ୍ ୩ରେ ୧୨୨୮ଜଣ ସୁସ୍ଥ ହୋଇଥିଲେ । ଜୁନ୍ ୪ରେ ୭୫୩ ଆକ୍ରାନ୍ତ ଚିହ୍ନଟ, ୧୨୭୫ ସୁସ୍ଥ ହୋଇଥିଲେ । ଜୁନ୍ ୫ରେ ୫୯୨ ଆକ୍ରାନ୍ତ ଚିହ୍ନଟ, ୧୨୫୫ ସୁସ୍ଥ । ଗତ ୬ତାରିଖ ଅର୍ଥାତ୍ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମି ୫୬୬ରେ ପହଞ୍ଚିଛି , ସେହିଭଳି ସୁସ୍ଥହାର ୧୨୩୧କୁ ବୃଦ୍ଧି ପାଇଛି ।
ସେପଟେ ଯଦି ଭବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଉପରେ ନଜର ପକାଇବା ତାହେଲେ, ଗତକାଲି ସଂନ୍ଧ୍ୟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦,୪୫୮ ରହିଛି । ସେହିଭଳି ସୁସ୍ଥ ସଂଖ୍ୟା ୭୧,୩୧୩ । ମୃତ୍ୟୁ ସଂଖ୍ୟା ୩୫୫ ଏବଂ ସକ୍ରିୟଙ୍କ ସଂଖ୍ୟା ୮,୭୯୬ ରହିଛି ।