ଏୟାର ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର ହେବେ ଭିଜିଲାନ୍ସ ଡିଜି : ଇସିଏମଓ ଚିକିତ୍ସା ପାଇଁ ନିଆଯିବ କୋଲକାତା

234

କନକ ବ୍ୟୁରୋ : ଏୟାର ଆମ୍ବୁଲାନ୍ସରେ କୋଲକାତା ଯିବେ ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀ । କରୋନା ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଆଇପିଏସ ଅଫିସର ଦେବାଶିଷ । ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଛି । ଭେଟିଂଲେଟରରେ ଥିଲେ ବି ଶରୀରରେ ଅକ୍ସିଜେନ ସ୍ତର କମି ଯାଉଛି । ତେଣୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ନେବାକୁ ଯୋଜନା କରାଯାଇଛି ।

କୋଲକାତାର ଏକ ଘରୋଇ ଡାକ୍ତରଖାନା ସହ ଯୋଗାଯୋଗ କରାଯାଇଛି । ସେଠାକାର ବିଶେଷଜ୍ଞ ଡାକ୍ତରଙ୍କ ସହ ଦେବାଶିଷଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଛି । ଆଜି ଏୟାର ଆମ୍ବୁଲାନ୍ସରେ ପୁଲିସ ଏଡିଜି ଦେବାଶିଷ ପାଣିଗ୍ରାହୀଙ୍କୁ ହାଇଦ୍ରାବାଦ ପଠାଯିବ । ଦେବାଶିଷ କରୋନା ପଜିଟିଭ ବୋଲି ଜଣାପଡିବା ପରେ ମେ ୨୯ ତାରିଖରେ କଟକ ଅଶ୍ୱିନୀ ହସ୍ପିଟାଲରେ ଭର୍ତି ହୋଇଥିଲେ । ସେଠାରେ ପ୍ରଥମେ ଆଇସିୟୁ ଆଉ ଏବେ ଭେଟିଂଲେଟରରେ ଅଛନ୍ତି ।