ଚିନ୍ତା ବଢାଉଛି କେରଳ ସଂକ୍ରମଣ: ଏକାଦଶ ପରୀକ୍ଷା ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

117

କନକ ବ୍ୟୁରୋ: ଦେଶରୁ ଗତ ୨୪ ଘଣ୍ଟାରେ ଦେଶରୁ ପୁଣି ୪୫ ହଜାର ୩୫୨ ଜଣ ନୁଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତାସହ ୩୬୬ ଜଣଙ୍କର ଜୀବନ ନେଇଛି କରୋନା । ୨୫ ଦିନର ଦୀର୍ଘ ଅନ୍ତର ପରେ ପୁଣିଥରେ ଭାରତର ସକ୍ରିୟ ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ପାର ହେଇଛି । ତେବେ କେବଳ କେରଳରୁ ହିଁ ୩୨ ହଜାର ୯୭ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ କେରଳରୁ ୧୮୮ ଜଣଙ୍କର ଜୀବନ ମଧ୍ୟ କରୋନା କାରଣରୁ ହିଁ ଯାଇଛି ।

ସବୁଠାରୁ ଚିନ୍ତାଜନକ ବିଷୟ ଏଇଟା ଯେ ଦେଶର ଦୌନିକ ସଂକ୍ରମଣର ୭୦ ପ୍ରତିଶତ କେବଳ କେରଳ ରାଜ୍ୟରୁ ଆସୁଛି । ତାସହ ଗତ ୭ ଦିନରେ କେରଳରୁ ୨ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ମାମଲା ସାମନାକୁ ଆସିଛି । କେରଳର ସକ୍ରିୟ ମାମଲା ୨. ୪ ଲକ୍ଷ ରହିଛି ଯାହା ଜାତୀୟ ସଂକ୍ରମଣର ୬୦ ପ୍ରତିଶତ ରହିଛି ।

ତେବେ କେରଳରେ ଲଗାତାର ସଂକ୍ରମଣ ବୃଦ୍ଧି ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇଲେଣି । ଏମିତି ମଧ୍ୟ କିଛି ସ୍ୱାସ୍ଥ୍ୟ ବିଶେଷଞ୍ଜ ଅନୁମାନ କରୁଛନ୍ତି ଯେ କେରଳର ସଂଖ୍ୟା ହିଁ ତୃତୀୟ ଲହରର ଆଭାସ ଦେଉଛି । ପୂର୍ବଘଟଣା ଅନୁପାଇ କେରଳରେ ଓନମ ପାଳନ ପରେ କେରଳ କରୋନା ସ୍ଥିତି ସାଂଘାତିକ ହେଇଥିଲା ।