କନକ ବ୍ୟୁରୋ : ପାଣ୍ଡେମିକ ନୁହଁ ଭାରତରେ ଏଣ୍ଡେମିକର ରୂପ ନେଲାଣି କରୋନା । ଏହାର ଅର୍ଥ ଆଉ ମହାମାରୀ ହୋଇ କରୋନା ନାହିଁ । ଅନ୍ୟ ସାଧାରଣ ଫ୍ଲୁ ବା ରୋଗ ଭଳି କରୋନା ଲୋକଙ୍କ ସହ ରହିବ । ଅର୍ଥାତ ଜଣେ ରୋଗରେ ପଡିବେ ଏବଂ ଔଷଧ ଖାଇ ସୁସ୍ଥ ହୋଇଯିବେ । ପ୍ରଥମ ଦୁଇଟି ଲହର ଭଳି କରୋନା ଯେମିତି ଘାତକ ହୋଇଥିଲା, ସେମିତି ଚିତ୍ର ଆଉ ଦେଖିବାକୁ ମିଳିନପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ ଏହି ବଡ଼ ବୟାନ ଦେଇଛନ୍ତି । ଯଦି ଏହା ସତ ହୁଏ, ତେବେ ତୃତୀୟ ଲହର ଆଉ ବଡ଼ ପ୍ରଭାବ ପକାଇବା ସମ୍ଭାବନା କମ୍ । ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହି ବୟାନକୁ ସନ୍ଦେହ ଦୃଷ୍ଟିରେ ଦେଖିଛନ୍ତି ।
ଭାରତରେ ‘ଏଣ୍ଡେମିକ୍’ ପର୍ଯ୍ୟାୟରେ ପହଞ୍ଚିଛି କରୋନା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକଙ୍କ ବଡ଼ ବୟାନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ କହିଛନ୍ତି, ଭାରତରେ କରୋନା ଏଣ୍ଡେମିକ ପର୍ଯ୍ୟାୟରେ ପହଁଚି ଯାଇଛି । ଏହାର ଅର୍ଥ ହେଉଛି ଏହା ମହାମାରୀ ଭଳି ପୂରା ଜନସଂଖ୍ୟା ଉପରେ ପ୍ରଭାବ ପକାଇବ ନାହିଁ । ଗୋଟିଏ ନିର୍ଦ୍ଦିଷ୍ଟ ଅଂଚଳ, କିମ୍ବା ନିର୍ଦ୍ଦିଷ୍ଟ ଗୋଷ୍ଠୀ, କିମ୍ବା ଏକ ନିର୍ଦ୍ଦିଷ୍ଟ ସମୟରେ ସଂକ୍ରମଣ ହେବ । ଯେମିତି ଆମକୁ ଥଣ୍ଡା ଜ୍ୱର ହୁଏ ।
ପ୍ରଥମ ଥର ଭାରତରେ କରୋନାକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ । ଯଦି ଏହା ସତ ହୋଇଥାଏ, ତେବେ ତୃତୀୟ ଲହର ଆଉ ବଡ଼ ଧରଣର ପ୍ରଭାବ ପକାଇବା ସମ୍ଭାବନା କମ୍ ।
ଡବ୍ଲୁଏଚଓର ମୁଖ୍ୟ ବୈଜ୍ଞାନିକଙ୍କ କହିବା କଥା, ଅନ୍ୟ ଫ୍ଲୁ ଭଳି କରୋନା ଭାରତରେ ରହିବ । ଏବଂ ଏହି ପର୍ଯ୍ୟାୟରେ ପହଁଚି ଯାଇଛି କୋଭିଡ୍ । ନଜର ପକାଇବା ଡାକ୍ତର ସୌମ୍ୟା ସ୍ୱାମୀନାଥନଙ୍କ ଆକଳନ ଉପରେ :
ଦ୍ୱିତୀୟ ଲହର ଭଳି ଆଉ ଭୂତାଣୁର ଉଗ୍ର ରୂପ ଦେଖିବାକୁ ମିଳିନପାରେ
ବିଭିନ୍ନ ଅଂଚଳରେ ଏହା ହଠାତ୍ ବଢିପାରେ କିମ୍ବା କମିପାରେ
ଗତ କିଛି ସପ୍ତାହର ସଂକ୍ରମଣକୁ ଅନୁଧ୍ୟାନ କରି ଆକଳନ
ଭୂତାଣୁ ସହ ବଂଚିବାର ଅଭ୍ୟାସ ହୋଇଗଲେ ସୃଷ୍ଟି ହୁଏ ଏଣ୍ଡେମିକ୍ ସ୍ଥିତି
ଲମ୍ବା ସମୟ ଧରି ଭୂତାଣୁ ସହ ଲଢ଼ିବାକୁ ହେବ
ଏପଟେ ଡାକ୍ତର ସୌମ୍ୟା ସ୍ୱାମୀନାଥନଙ୍କ ଏକମତ ହୋଇନାହାନ୍ତି, ସେ କହିଛନ୍ତି, କେଉଁ ଗବେଷଣା ଆଧାରରେ ଏପରି ମନ୍ତବ୍ୟ ରଖିଛନ୍ତି ବୁଝିହେଉନି । ଭାରତରେ ଏବେ ବି ପାଣ୍ଡେମିକ ବା ମହାମାରୀ ଚାଲିଛି ।
ଏନେଇ ଆମେ ଆମେରିକା କାଲିଫର୍ଣ୍ଣିଆରେ କୋଭିଡ୍ ଭ୍ୟାକ୍ସିନ ଉପରେ ଗବେଷଣା କରୁଥିବା ଓଡ଼ିଆ ବୈଜ୍ଞାନିକ ଡକ୍ଟର ସ୍ୱୟମ୍ ପ୍ରକାଶଙ୍କ ସହ କଥା ହୋଇଥିଲୁ । ସେ କିନ୍ତୁ ସୌମ୍ୟା ସ୍ୱାମୀନାଥନଙ୍କ ସହ ଏକମତ ନୁହଁନ୍ତି । ଆମେରିକାରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ଡକ୍ଟର ସ୍ୱୟମ୍ ପ୍ରକାଶ କହିଛନ୍ତି, ଡକ୍ଟର ସ୍ୱାମୀନାଥନଙ୍କ କଥାଶୁଣି ଆମେ ଆଶ୍ଚର୍ଯ୍ୟ । କାରଣ ଏବେ ବି ଟିକାକରଣ ବହୁ କମ ଲୋକଙ୍କର ହୋଇଛି । ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କେତେ ସୃଷ୍ଟି ହୋଇଛି, ତା’ର ହିସାବ ହୋଇନାହିଁ । ଖୁବଶୀଘ୍ର ସେ ତାଙ୍କ ମନ୍ତବ୍ୟ ଫେରାଇନେବେ, ଏଥିରେ ସନ୍ଦେହ ନାହିଁ ।