କନକ ବ୍ୟୁରୋ: ଉପକାରାଗାରରେ ପଶିଲା କରୋନା । ଗଞ୍ଜାମ ଜିଲ୍ଲା ଛତ୍ରପୁର ସବଜେଲକୁ କରୋନା ପ୍ରବେଶ କରିଛି । କାର୍ଯ୍ୟରତ ଆସିଷ୍ଟାଂଟ ଜେଲର ଲମ୍ବୋଧର ଭୋଇଙ୍କ କରୋନାରେ ମୃତ୍ୟୁ ହୋଇଛି । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।
ତେବେ ଛତ୍ରପୁର ଉପକାରାଗାରରେ ଏବେ ମୋଟ୍ ୧୨୭ ବିଚାରାଧୀନ କଏଦୀ ରହୁଥିବାବେଳେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୨ ପୁରୁଷ ଓ ୨ ମହିଳା ଅନ୍ତେବାସୀ ଥିବା ସୂଚନା ଦେଇଛନ୍ତି ଜେଲର ଶୁଭସ୍ମିତା ବିଶ୍ୱାଳ । ଆକ୍ରାନ୍ତ ଦସ୍ୱବ ପୁରୁଷଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଥିବାବେଳେ ୨ ମହିଳା କଏଦୀ ଜେଲରେ ସଂଗରୋଧରେ ରହିଛନ୍ତି ।
ଅନ୍ୟପଟେ, ବ୍ରହ୍ମପୁର ଏମକେସିଜିରେ ଗହଳି ନକରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅପିଲ । ଏକ ଭିଡିଓ ଜାରି କରି କରୋନାର ଜଟିଳ ଲକ୍ଷଣ ଥିବା ବ୍ୟକ୍ତି ପରୀକ୍ଷା କରାଇ ହସ୍ପିଟାଲ ଆସିବା ପାଇଁ ସେ ଅନୁରୋଧ କରିଛନ୍ତି । ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତି କିମ୍ବା କେବଳ ସନ୍ଦେହରେ ଏମକେସିଜି କାଜୁଆଲିଟିକୁ ନଆସିବା ପାଇଁ ସେ ଅନୁରୋଧ କରିଛନ୍ତି ।