କନକ ବ୍ୟୁରୋ : କୋଭିଡ ସଂକ୍ରମଣ ଦୁର୍ବଳ ହେବା ସହିତ ତୃତୀୟ ଲହର ମଧ୍ୟ ପଳାଇଛି ବୋଲି କୁହାଯାଉଛି । କିନ୍ତୁ ଏହାରି ଭିତରେ ଚତୁର୍ଥ ଲହର ଆସିବ ବୋଲି ଜଣାପଡିଛି । ଆଇଆଇଟି କାନପୁରର ଗବେଷକଙ୍କ ଅଧ୍ୟୟନରୁ ଜଣାପଡିଛି ଜୁନ ୨୨ ତାରିଖ ସୁଦ୍ଧା ଦେଶରେ କୋଭିଡର ଚତୁର୍ଥ ଲହର ଆସିପାରେ । ଅଗଷ୍ଟ ତୃତୀୟ କିମ୍ବା ଚତୁର୍ଥ ସପ୍ତାହ ଭିତରେ ସଂକ୍ରମଣ ଶୀର୍ଷରେ ଛୁଇଁପାରେ ।

Advertisment

କୋଭିଡ ସଂକ୍ରମଣର ଦୈନିକ ସଂକ୍ରମଣକୁ ନେଇ ତିଆରି ହୋଇଥିବା ପରିସଂଖ୍ୟାନକୁ ଦେଖି ଗାଣିତଜ୍ଞମାନେ ଏପରି ଆକଳନ କରିଛନ୍ତି । ଆଇଆଇଟି କାନପୁରର ଗଣିତ ଓ ପରିସଂଖ୍ୟାନ ବିଭାଗର ଶବର ପ୍ରସାଦ ରାଜେଶଭାଇ, ଶୁଭ୍ର ଶଙ୍କର ଧର ଓ ଶଲଭଙ୍କ ନେତୃତ୍ୱରେ ଗବେଷଣା ପରିଚାଳିତ ହୋଇଥିଲା । ଏଥିରୁ ଜଣାପଡିଛି ନୂଆ ଲହରର ପ୍ରଭାବ ସମ୍ଭାବ୍ୟ ନୂଆ ଭାରିଆଂଟ ଓ ଦେଶରେ ଟିକାକରଣର ସ୍ଥିତି ଉପରେ ନିର୍ଭର କରେ ।