ରାଜ୍ୟରେ ବଢ଼ୁଛି ସଂକ୍ରମଣ, ଟଳମଳ ହେଲାଣି ସ୍ୱାସ୍ଥ୍ୟ ସେବା । ସମ୍ବଲପୁର ଭିମସାର, ବ୍ରହ୍ମପୁର ଏମକେସିଜିରେ ସଂଗୀନ ହେଉଛି ସ୍ଥିତି ।

178

କନକ ବ୍ୟୁରୋ: କ୍ରମାଗତ ୨ ଦିନ ଧରି ରାଜ୍ୟରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୩୧୪୪ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଦୈନିକ ସଂକ୍ରମଣରେ ଏକ ନମ୍ବର, ଦୁଇ ନମ୍ବର ରହିଛନ୍ତି । ସୁନ୍ଦରଗଡ଼ରେ ସର୍ବାଧିକ ୫୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ୪୯୭ ନୂଆ ମାମଲା ଆସିଛି । ନୂଆପଡ଼ାରେ ୩୯୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ୧୦୦ ଉପରେ ରହିଛି । ଗତ ୧୭ ଦିନରେ ୨୩ ହଜାର ୬୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୨ ମାସ ତଳେ ଗ୍ରୀନ ଜୋନରେ ଥିଲା ଓଡ଼ିଶା । ଏବେ ରାଜ୍ୟର ୪ଟି ଜିଲ୍ଲା ରେଡ୍ ଜୋନ୍କୁ ଚାଲିଆସିଛି । ୟେଲୋ ଜୋନରେ ରହିଛନ୍ତି ୭ଟି ଜିଲ୍ଲା । ହାଇସ୍ପିଡରେ ବଢ଼ି ଚାଲିଛି ସଂକ୍ରମଣ । ପଶ୍ଚିମ ଓଡ଼ିଶା ସ୍ଥିତି ଅଧିକ ସଂଗୀନ ହେବାରେ ଲାଗିଛି । ସୁନ୍ଦରଗଡ଼, ନୂଆପଡ଼ା, ବରଗଡ଼, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି ସ୍ଥିତି ବିଗିଡ଼ିବାରେ ଲାଗିଛି । ପଶ୍ଚିମ ଓଡିଶାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ରୋଗୀ ଗୁରୁତର ହେଉଥିବାରୁ ହସ୍ପିଟାଲ ଚିକିତ୍ସା ଆବଶ୍ୟକ କରୁଛନ୍ତି । ଏପଟେ ହସ୍ପିଟାଲରେ ଅଭାବ ପଡିଲାଣି ଆଇସିୟୁ ବେଡ୍ । ବିଶେଷ କରି ପଶ୍ଚିମାଂଚଳର ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ର ବୁର୍ଲା ଭିମସାର ଓ ଦକ୍ଷିଣାଂଚଳର ଅନ୍ୟତମ ପ୍ରମୁଖ ହସ୍ପିଟାଲ ଏମକେସିଜିରେ ଆଇସିୟୁ ବେଡ୍ ଅଭାବ ଦେଖାଦେଇଛି ।

ପଶ୍ଚିମ ଓଡିଶାରୁ ଏବେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରୋଗୀ ଗୁରୁତର ହେଉଥିବାରୁ ହସ୍ପିଟାଲ ଚିକିତ୍ସା ଆବଶ୍ୟକ କରୁଛନ୍ତି । ତେଣୁ ହସ୍ପିଟାଲରେ ଅଭାବ ପଡିଲାଣି ଆଇସିୟୁ ବେଡ୍ । ବିଶେଷ କରି ପଶ୍ଚିମାଂଚଳର ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ର ବୁର୍ଲା ଭିମସାର ଓ ଦକ୍ଷିଣାଂଚଳର ଅନ୍ୟତମ ପ୍ରମୁଖ ହସ୍ପିଟାଲ ଏମକେସିଜିରେ ଆଇସିୟୁ ବେଡ୍ ଅଭାବ ଦେଖାଦେଲାଣି । ଖାଲି ସେତିକି ନୁହେଁ, ସମ୍ବଲପୁରରେ ମଧ୍ୟ ସଂଗୀନ ହେବାରେ କରୋନା ପରିସ୍ଥିତି । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଣେ କିନ୍ତୁ ରୋଗୀଙ୍କ ପାଇଁ ବୁର୍ଲା କୋଭିଡ୍ ହସପିଟାଲ ଏକମାତ୍ର ଭରସା । ହେଲେ ନା’ ଖାଲି ଅଛି ଆଇସିୟୁ ବେଡ୍ ନା ଅଛି ସାଧାରଣ ଶଯ୍ୟା । ଏପଟେ ଦ୍ୱିତୀୟ କୋଭିଡ ହସପିଟାଲ କାମ ଚାଲିଛି । ଏହା କାର୍ଯ୍ୟକ୍ଷମ ହେବା ଉପରେ ରହିଛି ସମସ୍ତଙ୍କ ନଜର ।

ନଜର ପକାନ୍ତୁ, ଭିମସାର କୋଭିଡ ହସ୍ପିଟାଲର ସ୍ଥିତି ଉପରେ – 

  • ସମସ୍ତ ୨୦ ଆଇସିୟୁ ବେଡ୍ ଭର୍ତ୍ତି
  • କୋଭିଡ ହସ୍ପିଟାଲରେ ଥିବା ୧୨୦ ସାଧାରଣ ଶଯ୍ୟା ମଧ୍ୟ ଭର୍ତ୍ତି
  • ହସ୍ପିଟାଲରେ ରହିଛିି ୧୮ଟି ଭେଂଟିଲେଟର

ଏପଟେ ଦକ୍ଷିଣାଂଚଳର ଚିକିତ୍ସା ପେଣ୍ଠସ୍ଥଳୀ ଏମକେସିଜି କୋଭିଡ୍ ହସପିଟାଲର ମଧ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି । ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗଂଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଆଦି ଜିଲ୍ଲାରୁ ମଧ୍ୟ ରୋଗୀ ଆସିବାରେ ଲାଗିଛନ୍ତି । ଟାଟା କୋଭିଡ୍ ହସପିଟାଲ କାର୍ଯ୍ୟକ୍ଷମ ହୋଇନାହିଁ । ସୋମବାର ଠାରୁ ଅଶ୍ୱିନୀ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ମିଳିଛି ।

ନଜର ପକାନ୍ତୁ, ଏମକେସିଜି କୋଭିଡ୍ ହସ୍ପିଟାଲ ର ସ୍ଥିତି ଉପରେ   

  • ଏମକେସିଜିରେ ଭର୍ତ୍ତି ହୋଇଯାଇଛି ୨୪ ଆଇସିୟୁ ବେଡ୍
  • ୧୫୦ ସାଧାରଣ ଶଯ୍ୟା ମଧ୍ୟ ପୂର୍ଣ୍ଣ ହୋଇଯାଇଛି
  • ସୋମବାରଠାରୁ କାର୍ଯ୍ୟକ୍ଷମ ହେବ ଅଶ୍ୱିନୀ କୋଭିଡ ହସ୍ପିଟାଲ
  • ୫୦କୁ ବୃଦ୍ଧି ପାଇବ ଆଇସିୟୁ ବେଡ୍ ସଂଖ୍ୟା

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଏବେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା ଏବେ ସବୁଠୁ ବଡ଼ ଆହ୍ୱାନ ପାଲଟିଛି ।