ଗଂଜାମରେ ବିସ୍ଫୋରକ ସ୍ଥିତି: କରୋନା ତାଲିକାରେ ଶୀର୍ଷରେ ରହିଛି ଗଂଜାମ; ଆଗକୁ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା

1,216

କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହି ଅନୁପାତରେ ସମସ୍ତ ଜିଲ୍ଲାରେ କୋଭିଡ ହସ୍ପିଟାଲର ବ୍ୟବସ୍ଥା କରାଯାଇଛି ।  ଏହି ତାଲିକାରେ ରାଜ୍ୟର ବିଭିନ୍ନ ସ୍ଥାନରେ ସମୁଦାୟ ୫ହଜାର ୩୯୬ଟି ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲଗୁଡିକ ରହିଛି । ବର୍ତମାନ ସବୁଠାରୁ ଗଞ୍ଜାମ ଜିଲ୍ଲାରେ ଅଧିକ ସୁରଟ ଫେରନ୍ତା କରୋନାରେ ଆକ୍ରାନ୍ତ ହୋଇଛନ୍ତି । କେବଳ ଗଞ୍ଜାମ ଜିଲ୍ଲାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ରହିଛି ।

 

ହେଲେ ଜିଲ୍ଲାରେ ଯେଉଁଭଳି ଭାବେ ରୋଗୀଙ୍କ ସଂଖ୍ୟା ବଢୁଛି, ସେମାନେ କେଉଁଠି ଚିକିତ୍ସିତ ହେବେ ସେନେଇ ଚିନ୍ତା ବଢିବାରେ ଲାଗିଲାଣି । କାରଣ ଆଗକୁ ସଂକ୍ରମଣ ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି । ତେବେ ଶଯ୍ୟା ଅଭାବ ପଡିଲେ ରୋଗୀଙ୍କୁ ଭୁବନେଶ୍ୱରକୁ ସ୍ତାନାନ୍ତର କରାଯିବ । କାରଣ ଭୁବନେଶ୍ୱରରେ ରହିଛି ୧୦୦୦ ଶଯ୍ୟା ବିଶିଷ୍ଠ କୋଭିଡ ହସ୍ପିଟାଲ । ସମ୍ ଓ କିମ୍ସରେ ଏହି କୋଭିଡ ହସପିଟାଲ ରହିଛି ।

ସେପଟେ, ଗଞ୍ଜାମ ଜିଲ୍ଲାରେ କରୋନା ନିୟନ୍ତ୍ରଣ ନେଇ ଜିଲ୍ଲାପାଳ, ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏହାପରେ ଜିଲ୍ଲାପାଳ କହିଛନ୍ତି, ଗଞ୍ଜାମରେ ଆଉ ୪୦ ହଜାର କ୍ୱାରେଂଟିନରେ ଅଛନ୍ତି । ଟ୍ରେନ ଯୋଗେ ଆଜି ଆଉ ୨ ହଜାର ପ୍ରବାସୀ ଓଡିଆ ଆସି ଜିଲ୍ଲାରେ ପଂହଚିଛନ୍ତି । ସଙ୍ଗରୋଧ କେନ୍ଦ୍ର ପାଖ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । କୌଣସି ଲୋକ ସଙ୍ଗରୋଧ ସେଂଟରରୁ ଯେଭଳି ଖସି ନ ପଳାନ୍ତ ସେଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।