କନକ ବ୍ୟୁରୋ : ଅକ୍ଷୟ ତୃତୀୟାରେ ନାହିଁ ସୁନା କିଣିବାକୁ ଆଗ୍ରହ । ଏହିଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ଭାରତୀୟମାନଙ୍କ ବିଶ୍ୱାସ ରହିଛି । ସାଧାରଣ ଦିନମାନଙ୍କରେ ଏହି ଦିନ ସୁନାର ଚାହିଦା ବହୁତ ବଢିଯାଏ । ସୁନା ବ୍ୟବସାୟୀମାନେ ଖୁବ ଭଲ ବ୍ୟବସାୟ କରୁଥିବାବେଳେ ଦୁଇବର୍ଷ ହେଲାଣି ବେପାର ମାନ୍ଦା ପଡିଛି । ଗତବର୍ଷ ଭଳି ଏବର୍ଷ ମଧ୍ୟ ମହାମାରୀ କରୋନା ସୁନା ବଜାରକୁ ସଂପୂର୍ଣ୍ଣ ଠପ କରିଦେଇଛି ।
- ବିଭିନ୍ନ ରାଜ୍ୟରେ ଲକଡାଉନ, ସଟଡାଉନ କାରଣରୁ ପ୍ରଭାବିତ ହୋଇଛି ସୁନା କାରବାର
- ଅକ୍ଷୟ ତୃତୀୟାରେ ସୁନା ବ୍ୟବସାୟରେ ପ୍ରାୟ ୧୦ ହଜାର କୋଟି କ୍ଷତି ହେବା ଆକଳନ
- ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ସୂଚନା- ଦେଶରେ କ୍ଷତି ସହୁଛନ୍ତି ୪ ଲକ୍ଷ ସୁନା ଦୋକାନୀ
- ଆମ ରାଜ୍ୟରେ ଲକଡାଉନ ଯୋଗୁଁ ଷ୍ଟୋରରୁ ସୁନା, ଗହଣା ବିକ୍ରି ସଂପୂଣ୍ଣ ଠପ୍ ହୋଇଯାଇଛି
- ତେବେ ଷ୍ଟୋରକୁ ଆସୁନଥିବା ଗ୍ରାହକ ଚାହିଁଲେ କଣିପାରିବେ ଡିଜିଟାଲ ସୁନା
- ଦେଶର କିଛି ସ୍ୱତନ୍ତ୍ର ପ୍ରତିଷ୍ଠାନ ଗ୍ରହକଙ୍କୁ ଏହି ସୁବିଧା ପ୍ରଦାନ କରୁଛନ୍ତି
- ଏହା କୌଣସି ପ୍ରତ୍ୟକ୍ଷ ସୁନା ନୁହେଁ ବରଂ ସୁନା ମୂଲ୍ୟ ଅନୁସାରେ ଡିଜିଟାଲ ଭାବେ ସଂରକ୍ଷିତ ରହୁଥିବା ୟୁନିଟ୍
- ଗ୍ରାହକ ଚାହିଁଲେ ଏହାକୁ ଅସଲି ସୁନାକୁ ବଦଳାଇ ପାରିବେ କିମ୍ବା ଆପ୍ଲିକେସନ ଜରିଆରେ ବିକି ପାରିବେ
- ଡିଜିଟାଲ ଗୋଲ୍ଡ ବଦଳରେ ଅସଲି ସୁନା ଚାହୁଁଥିଲେ ଗଢାମୂଲ୍ୟ ସହ ହୋମ ଡେଲିଭରି ଚାର୍ଜ ଲାଗିବ