ଗଞ୍ଜାମରେ କଡାକଡି ହେଲା କରୋନା କଟକଣା । ବାହାଘରେ ଭୋଜି ନୁହେଁ, ବଣ୍ଟା ହେବ ଖାଦ୍ୟ ପୁଡିଆ, ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ

378

କନକ ବ୍ୟୁରୋ : କରୋନା ପାଇଁ ଗଞ୍ଜାମରେ ବଡ ପଦକ୍ଷେପ ଜିଲ୍ଲା ପ୍ରଶାସନ । ବାହାଘରେ କେବଳ ଶହେ ଲୋକ ସାମିଲ ହେବା ନିର୍ଦ୍ଦେଶ ଦିଆଯାଇଛି । ଭୋଜିରେ ବଣ୍ଟାଯିବ ଖାଦ୍ୟପୁଡିଆ ।
କରୋନା ସଂକ୍ରମଣକୁ ଦେଖି ଅଧିକ ସତର୍କ ହୋଇପଡିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । କାରଣ ରାଜ୍ୟରେ ଏବେ ପ୍ରତିଦିନ ପ୍ରାୟ ୫ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ବିଶେଷ କରି ସାମାଜିକ କାର୍ଯ୍ୟକ୍ରମରେ ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ କରୋନା କଟକଣାକୁ ଅଧିକ କଡାକଡି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ତେଣୁ ବିବାହ ଉତ୍ସବକୁ ନେଇ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ ଜିଲ୍ଲାରେ ବିବାହ ଉତ୍ସବରେ କେବଳ ୧୦୦ ଜଣ ଯୋଗ ଦେଇପାରିବେ ବୋଲି କୁହାଯାଇଛି । ସେହିପରି ବିବାହ ଉତ୍ସବରେ ଯୋଗ ଦେଉଥିବା ଲୋକ ଭୋଜି ଖାଇପାରିବେ ନାହିଁ । ବରଂ ବିବାହ ଆୟୋଜକ ଟେକ ଆୱେ ବନ୍ଦୋବସ୍ତ କରିବେ । ଅର୍ଥାତ କେବଳ ଖାଦ୍ୟ ପୁଡିଆ ନେଇପାରିବେ ବୋଲି ସାନି ନିର୍ଦ୍ଦେଶନାମାରେ କୁହାଯାଇଛି । ଅର୍ଥାତ ଏଣିକି ଗଞ୍ଜାନମ ଜିଲ୍ଲାରେ ବାହାଘର ଭୋଜିରେ କେବଳ ଖାଦ୍ୟ ପୁଡିଆ ବଂଟା ଯିବ ବୋଲି କୁହାଯାଇଛି । ଏହି ନିୟମର ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି ।