ଦେଶରେ ନଭେମ୍ବର ୩୦ ଯାଏଁ ବଢିଲା କୋଭିଡ କଟକଣା, ଜାଣନ୍ତୁ କଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

214

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରଣାଳୟର ସୂଚନା ମୁତାବକ କରୋନା ମହାମାରୀ ସଂକ୍ରମଣକୁ ରୋକିବାକୁ ଚାଲିଥିବା କୋଭିଡ କଟକଣାକୁ ନଭେମ୍ବର ୩୦ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଦେଶରେ ଗତକାଲିର ତୁଳନାରେ ଆଜି ସଂକ୍ରମିଣ ହାର ୨୦ ପ୍ରତିଶତ ବୃଦ୍ଧି ପାଇବାପରେ ଏଭଳି ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ।

ଏନେଇ ଭାରତୀୟ ଉଦ୍ୟୋଗ ପରିଷଦ ସଂଘର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା କହିଛନ୍ତି କି , ଭାରତ ଅର୍ନ୍ତରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପର୍ଯ୍ୟଟନ ହେବାକୁ କ୍ଷମତା ରଖିଛି । ସେ କହିଥିଲେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣରେ ସ୍ୱାସ୍ଥ୍ୟକୁ ଭାରତର ବିକାଶ ସହ ଯୋଡା ହୋଇଛି । ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିବେଶ ନେଇ ଅନେକ ସମ୍ଭାବନା ରହିଛି ।

ଭାରତରେ ନଭେମ୍ବର ମାସରେ ୩୦ କୋଟି କରୋନା ଟିକା ଦିଆଯିବାକୁ ଯୋଜନା ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ମଧ୍ୟରେ କୋଭାକ୍ସିନର ୬ କୋଟି ଖୋରା. କୋଭିସିଲ୍ଡର ୨୨ କୋଟି ଖୋରାକ ଓ ଜାଇଡସ କାଡିଲାର ୨ କୋଟି ଖୋରାକ ସାମିଲ ହେବ ।