ଦେଶରେ ୪ଲକ୍ଷ ଟପିଲା କରୋନା ସଂକ୍ରମଣ ସଂଖ୍ୟା । ୩୯୮୦ ମୃତ

128

କନକ ବ୍ୟୁରୋ: ଦେଶରେ ବଢିଚାଲିଛି କରୋନା ସଂକ୍ରମଣ । ୪ଲକ୍ଷ ଟପିଲା ସଂକ୍ରମଣ । ସେହି ପରିମାଣରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୩୯୮୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଦେଶରେ କରୋନାର ଦୈନିକ ସଂକ୍ରମଣ କିଛି ଦିନ ହେଲା ଲଗାତାର ସାଢେ ୩ଲକ୍ଷ ଚିହ୍ନଟ ହେଉଥିବା ବେଳେ ଆଜି ୪ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ ୪,୧୨, ୨୬୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ, ଆଜି ଦିନକରେ ଦେଶରେ ୩୯୮୦ ଜଣଙ୍କ ମୁଣ୍ଡ ନେଇଛି ମହାମାରି କରୋନା । ସେହିପରି ୨୪ ଘଂଟାରେ ୩ଲକ୍ଷ ୨୯,୧୧୩ ଜଣ ସୁସ୍ଥ ହୋଇ ଘରକୁ ଫୋରିଛନ୍ତି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୦ ଲକ୍ଷ ୭୭ ହଜାର ୪୧୦କୁ ଛୁଇଁଛି ।

ସେମାନଙ୍କ ମଧ୍ୟରୁ ୧କୋଟି ୭୨ ଲକ୍ଷ ୮୦ ହଜାର ୮୪୪ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ୨୩ଲକ୍ଷ ୧ ହଜାର ୬୮ ଜଣଙ୍କ ଜୀବନ ନେଇଛି ମହାମାରୀ ଭୁତାଣୁ । ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୫ ଲକ୍ଷ ୬୬ ହଜାର ୩୯୮ ରହିଛି । ଅନ୍ୟପଟେ ଆଜି ସୁଦ୍ଧା ୧୬ କୋଟି ୨୫ ଲକ୍ଷ ୧୩ ହଜାର ୩୩୯ ଜଣଙ୍କୁ କୋଭିଡ୍ ଟିକାକରଣ କରାଯାଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ।