କୋଭିଡ୍ କଟକଣା ଭିତରେ ଟ୍ୱିନସିଟିର ପାଳିତ ହେବ ରମଜାନ ପର୍ବ । ସର୍ବାଧିକ ୧୦୦ ଲୋକ ଏକାଠି କରିପାରିବେ ନମାଜ ପାଠ ।

174

କନକ ବ୍ୟୁରେ : ମୁସଲମାନ ସଂପ୍ରଦାୟର ବଡପର୍ବ କୁହାଯାଉଥିବା ରମଜାନ ପର୍ବ ପାଳନ କୋଭିଡ କଟକଣା ଭିତରେ ହେବ ବୋଲି କୁହାଯାଇଛି । ଏନେଇ ଏକ ନିର୍ଦ୍ଦେଶନାମା ବି ଜାରି କରାଯାଇଛି । ନିର୍ଦ୍ଦେଶନାମା ମୁତାବକ ଗୋଟିଏ ମସଜିଦରେ ସର୍ବାଧିକ ୧୦୦ ଲୋକ ଏକାଠି ହୋଇ ନମାଜ ପାଠ କରିବାକୁ ଅନୁମତି ଦିଆଯାଇଛି । ଏହାସହ ମସଜିଦ୍ ବାହାରେ କିମ୍ବା ଭିତରେ ସର୍ବାଧିକ ୧୦୦ ଲୋକ ଏକାଠି ହୋଇପାରିବେ । ମସଜିଦରେ ପ୍ରବେଶ ପାଇଁ କର୍ତ୍ତୃପକ୍ଷ ଟୋକାନ ବ୍ୟବସ୍ଥା କରିବେ । ସମୁହ ପ୍ରାଥନା ବେଳେ ସର୍ବନିମ୍ନ ୬ ଫୁଟର ସାମାଜିକ ଦୂରତା ରଖିବେ । ଗୋଟିଏ ସ୍ଥାନରେ ଭିଡ ଜମାଇ ଧୁଆଧୋଇ ହେବାକୁ ବାରଣ କରାଯାଇଛି ।

ସୂଚନା ଥାଉକି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ୍ କଟକଣାକୁ କଡାକଡି କରିଛନ୍ତି । ଆଜି ଗଞ୍ଜାମ ଜିଲ୍ଲାର ସବୁ ଧର୍ମପୀଠକୁ ବନ୍ଦ ରଖାଯାଇଛି । କେବଳ ପୂଜକଙ୍କ ବ୍ୟତୀତ ଅନ୍ୟକେହି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ଗଂଜାମ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେହିଭଳି ଜଗତସିଂହପୁରର କିଛି ଧାର୍ମିକ ପୀଠରେ ୧୪୪ ଧାରା ଜାରି କରାଯାଇଛି ।