କନକ ବ୍ୟୁରୋ: କୋଭିଡ ପରିଚାଳନାକୁ ଶୃଙ୍ଖଳିତ କରିବା ସହ ଏହାର ମାନକୁ ଯାଂଚ କରିବା ପାଇଁ ପ୍ରତି ଜିଲ୍ଲାରେ ଗଢା ହେବ ସ୍ୱତନ୍ତ୍ର କମିଟି । ପ୍ରତି ଜିଲ୍ଲାରେ ଜିଲ୍ଲା ସ୍ତରୀୟ କମିଟି ଗଢା ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କୋଭିଡ୍ ମୃତ୍ୟୁ ଓ ରୋଗୀଙ୍କୁ ଉପଯୁକ୍ତ ସେବା ନେଇ ଅନୁଧ୍ୟାନ କରିବ ଏହି କମିଟି ।
ଏଥିପାଇଁ ଜିଲ୍ଲାପାଳ ବା ମ୍ୟୁନିସିପାଲ୍ଟି କମିଶନର ଅତିକମ୍ରେ ଅତିରିକ୍ତ ମାଜିଷ୍ଟ୍ରେଟ୍ ସ୍ତରରୁ ଅଧିକ ପାହ୍ୟାର ଅଧିକାରୀଙ୍କୁ ବାଛିବେ । ଫଳରେ ଘରୋଇ ଓ ସରକାରୀ କୋଭିଡ୍ ଚିକିତ୍ସା କେନ୍ଦ୍ରରେ ମାନ ରକ୍ଷା ହୋଇପାରିବ । ତେବେ ରାଜ୍ୟ ସରକାର କୋଭିଡ୍ ଜନିତ ମୃତ୍ୟୁ ରୋକିବାକୁ ପ୍ରାଥମିକତା ହେଉଥିବା ବେଳେ ଏହି କମିଟି ଏହା ଉପରେ ଗୁରୁତ୍ୱ ଦେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/Coronavirus-COVID-19-.jpg)