କରୋନା ବିରୋଧରେ ମିଳିତ ଭାବେ ଲଢିବା ପାଇଁ ଇସ୍ପାତ ଶିଳ୍ପ ଅନୁଷ୍ଠାନକୁ ଆହ୍ୱାନ ଦେଲେ କେନ୍ଦ୍ରମନ୍ତ୍ରୀ : କହିଲେ, ଅକ୍ସିଜେନ ଯୋଗାଣ ସହ କୋଭିଡ କେୟାର ସୁବିଧା ପାଇଁ ଆଗେଇ ଆସନ୍ତୁ ପ୍ରତିଷ୍ଠାନ

ରୋଗୀଙ୍କ ପାଇଁ ମୋଟ ୧୦ ହଜାର ବେଡ ପ୍ରସ୍ତୁତି ଲକ୍ଷ୍ୟ

81

କନକ ବ୍ୟୁରୋ : କରୋନା ବିରୋଧରେ ଏକାଠି ଲଢ଼ିବାକୁ ଆହ୍ୱାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସରକାରୀ ଓ ଘରୋଇ ଇସ୍ପାତ ଶିଳ୍ପର ମୁଖ୍ୟ ଓ ଅଧିକାରୀମାନଙ୍କ ସହ ମହାମାରୀକୁ ଦୃଢ଼ତାର ସହ ଲଢ଼ିବା ଦିଗରେ ଇସ୍ପାତ ଶିଳ୍ପର ଭୂମିକା ଏବଂ ଯୋଗଦାନ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଷ୍ଟିଲ ପ୍ଲାଂଟରୁ ମେଡିକାଲ ଅକ୍ସିଜେନ୍ ଯୋଗାଣକୁ ବଢ଼ାଇବା ସହ ପ୍ଲାଂଟରୁ ହସ୍ପିଟାଲକୁ ସିଧାସଳଖ ଅକ୍ସିଜେନ୍ ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟସେବା ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ଅକ୍ସିଜେନ୍ ସଂଯୁକ୍ତ ଶଯ୍ୟା ସହ ବୃହତ କୋଭିଡ୍ କେୟାର ସୁବିଧା ନିର୍ମାଣ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ସରକାରୀ ଓ ଘରୋଇ ଷ୍ଟିଲ ପ୍ଲାଂଟ ପକ୍ଷରୁ ମୋଟ ୧୦ ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସୁବିଧା ପ୍ରସ୍ତୁତ କରିବାକୁ ଯୋଜନା କରାଯାଇଛି ।