ବିଶ୍ବରେ ବଢିଚାଲିଛି କରୋନା ମୃତ୍ୟୁସଂଖ୍ୟା । ଟିକାକରଣ ଭିତରେ କୋଭିଡ୍ ମୃତ୍ୟୁସଂଖ୍ୟା ଟପିଲା ୩ ନିୟୁତ ।

Advertisment
ବିଶ୍ବରେ ବଢିଚାଲିଛି କରୋନା ମୃତ୍ୟୁସଂଖ୍ୟା । ଟିକାକରଣ ଭିତରେ କୋଭିଡ୍ ମୃତ୍ୟୁସଂଖ୍ୟା ଟପିଲା ୩ ନିୟୁତ ।

କନକ ବ୍ୟୁରୋ: ଦେଶରେ ସଂକ୍ରମଣ ବଢ଼ିବା ସହ ଆଜି ବିଶ୍ବରେ କରୋନାଜନିତ ମୃତ୍ୟୁସଂଖ୍ୟା ୩ ନିୟୁତ ଟପିଛି। ଟିକାକରଣ ସତ୍ତ୍ବେ ଲୋକେ କରୋନା କଟକଣା ମାନୁ ନଥିବାରୁ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବଢ଼ିଛି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ଲୋକଙ୍କ ମୃତ୍ୟୁସଂଖ୍ୟା ୟୁକ୍ରେନର ଓ କୀବର ଜନସଂଖ୍ୟା ସହିତ ସମାନ। ଏହା ଚିକାଗୋ ଜନସଂଖ୍ୟା (୨.୭ ମିଲିୟନ୍) ଠାରୁ ଅଧିକ ଏବଂ ଫିଲାଡେଲଫିଆ ଏବଂ ଡାଲାସ୍ ସହିତ ସମାନ।

ତେବେ ଅନେକ ଦେଶର ସରକାର କରୋନା ତଥ୍ୟ ଲୁଚାଉଥିବାରୁ ପ୍ରକୃତ ସଂଖ୍ୟା ଯଥେଷ୍ଟ ଅଧିକ ହେବ ବୋଲି ବିଶ୍ବାସ କରାଯାଉଛି । କାରଣ ୨୦୧୯ର ଶେଷରେ ଚୀନର ଊହାନରେ ଆରମ୍ଭ ହୋଇଥିବା ଏହି ରୋଗର ପ୍ରାରମ୍ଭିକ ପର୍ୟ୍ୟାୟରେ ଅନେକ ମାମଲାକୁ ଅଣଦେଖା କରାଯାଇଥିଲା।

ଗତ ୨୪ଘଣ୍ଟାରେ କେବଳ ଭାରତରେ ୨,୩୪,୬୯୨ କରୋନାଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୧,୩୪୧ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୪୫,୨୬,୬୦୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୧,୩୪୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟା ୧,୭୫,୬୪୯ରେ ପହଞ୍ଚିଛି। ଏହାଛଡ଼ା ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୬,୭୯,୭୪୦।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe