ମାଡୁଛି ସଂକ୍ରମଣ, ପଡୁଛି ମାନସିକ ଚାପ । ଆତ୍ମୀୟଙ୍କ ମୃତ୍ୟୁ ପରେ ଆସିଲା ଆତ୍ମହତ୍ୟାର ଦୁଇଟି ଖବର, ମାନସିକ ରୋଗ ବିଶେଷଜ୍ଞ କହିଲେ ବଢ଼ାଇବାକୁ ପଡ଼ିବ ଆତ୍ମବିଶ୍ୱାସ

493

କନକ ବ୍ୟୁରୋ : କରୋନା ସଂକ୍ରମଣ ବଢୁଛି ଏବଂ ମୃତ୍ୟୁ ବି ବଢି ଚାଲିଛି । ଭୂତାଣୁ ବଢାଇଛି ମାନସିକ ଅବସାଦ । କେତେବେଳେ ସାମାଜିକ ବାସନ୍ଦ ଭୟ ତ କେତେବେଳେ ଆତ୍ମୀୟଙ୍କୁ ହରାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି ସଂପର୍କୀୟ । ଜଗତସିଂହପୁର ଓ କବିସୂର୍ଯ୍ୟନଗରରୁ ଆସିଥିବା ଦୁଇଟି ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।  ସେପଟେ କରୋନା କାଳରେ ବଢୁଥିବା ମାନସିକ ଚାପକୁ ନେଇ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନଙ୍କ ଦ୍ୱାରା ଭିଡିଓ ବାର୍ତା ଜାରି କରିଛନ୍ତି କେନ୍ଦ୍ର ସରକାର ।

ଜଗତସିଂହପୁର ଓ କବିସୂର୍ଯ୍ୟନଗରରୁ ଆସିଥିବା ଦୁଇଟି ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । କରୋନା କିପରି ମାନସିକ ଅବସାଦ ବଢାଇଛି, ଏହି ଦୁଇ ଘଟଣା ସ୍ପଷ୍ଟ କରିଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ଘଟଣା ଅତି ହୃଦୟ ବିଦାରକ । କରୋନା ଯୋଦ୍ଧା ଭାବେ କାମ କରୁଥିବା ଏକମାତ୍ର ପୁଅର କରୋନାରେ ମୃତ୍ୟୁ ହେବାପରେ ବାପା, ମାଆ ଆତ୍ମହତ୍ୟା କରିଛନ୍ତି । ମୂଳପୋଛ ହୋଇଯାଇଛି ପୂରା ପରିବାର ।

ସେହିପରି ଜଗତସିଂହପୁର ମେଡିକାଲ ଆଇସୋଲେସନ ୱାର୍ଡରେ ସ୍ୱାମୀଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କରିଥିଲେ ସ୍ତ୍ରୀ । ହସ୍ପିଟାଲ ପକ୍ଷରୁ ସ୍ୱାମୀଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ କରି ସେ ଜୀବନ ହାରି ଦେଇଥିବା ନେଇ ଏକ ଅଡିଓ ମେସେଜ ମଧ୍ୟ ସାମ୍ନାକୁ ଆସିଛି । ସ୍ୱାମୀ ଆଇସୋଲେସନରେ ରହିବା ପରେ କିପରି ପରିବାର ଲୋକ ତାଙ୍କୁ ବେସାହାରା କରି ଦେଇଥିଲେ ମୃତ୍ୟୁ ପୂର୍ବରୁ କହିଛନ୍ତି ମହିଳା ।

କେତେବେଳେ ସାମାଜିକ ବାସନ୍ଦ ଭୟ ତ କେତେବେଳେ ଆତ୍ମୀୟଙ୍କୁ ହରାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି ସଂପର୍କୀୟ । କରୋନା ପ୍ରକୋପ ବଢି ଚାଲିଥିବା ବେଳେ ଏପରି ଖବର ଆସିବାରେ ଲାଗିଛି । କରୋନା କାଳରେ ବଢୁଥିବା ମାନସିକ ଚାପକୁ ନେଇ ଭିଡିଓ ବାର୍ତା ଜାରି କରିଛନ୍ତି କେନ୍ଦ୍ର ସରକାର । ବଲିଉଡର ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନଙ୍କ ଜରିଆରେ ଏହି ଭିଡିଓ ବାର୍ତାରେ କରୋନା ସଂକଟ ସମୟରେ ବଢୁଥିବା ମାନସିକ ଚାପକୁ ନେଇ ଲୋକଙ୍କୁ ସଚେତନ କରାଯାଇଛି । କରୋନା ଆକ୍ରାନ୍ତଙ୍କୁ କିଭଳି ସମାଜରେ ବାସନ୍ଦର ଭୟ ରହିଛି, ସେନେଇ ଭିଡିଓ ବାର୍ତାରେ ସତର୍କ କରାଯାଇଛି ।

ଏପରକିି କରୋନା ଆକ୍ରାନ୍ତ ହସ୍ପିଟାଲରୁ ଭଲ ହୋଇ ଫେରିବା ପରେ ମଧ୍ୟ ସମାଜ ଗ୍ରହଣ କରୁନଥିବା ଦେଖିବାକୁ ମିଳୁଛି । କରୋନା ମହାମାରୀ ଶାରୀରକୁ ରୋଗାକାନ୍ତ କରୁଥିବା ବେଳେ ମାନସିକ ଭାବେ ମଧ୍ୟ ମଣିଷଙ୍କୁ ଦୁର୍ବଳ କରିଦେଉଛି ।