କନକ ବ୍ୟୁରୋ: ଚୀନରେ ମାଡିଚାଲିଛି କରୋନା । ଦେଶର ଅଧିକାଂଶ ଭାଗରେ ବ୍ୟାପିସାରିଲାଣି ଓମିକ୍ରନର ନୂଆ ଭାରିଆଣ୍ଟ ଏକ୍ସ-ବି-ବି ଓ ଏହା ଉପପ୍ରଜାତି । ଏହା ଭିତରେ ଚୀନ ସରକାର ଜାନୁଆରୀ ୮ତାରିଖରୁ ଦୀର୍ଘ ୩ବର୍ଷ ହେବ ସିଲ ଥିବା ସୀମାକୁ ଖୋଲି ଦେଇଛନ୍ତି । ଏବେ ଦେଶରେ ସଂକ୍ରମଣ ବୃଦ୍ଧିର ଆଶଙ୍କା ମଧ୍ୟ ଅଧିକ ହୋଇଛି । ଜିନପିଙ୍ଗ ସରକାର କେବଳ ସୀମା ସିଲ ଖୋଲି ନାହାଁନ୍ତି ବଂର ଦେଶରେ ପୂର୍ବରୁ ବଳବତର ଥିବା କ୍ୱାରେଟିଂନ ନିୟମ, ଆରଟିପିସିଆର ଟେଷ୍ଟ ମଧ୍ୟ ବନ୍ଦ କରିଛନ୍ତି । ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ଚୀନ ସରକାର କୋଭିଡ ସଂକ୍ରମଣରେ ମୃତ୍ୟୁ ସଂଖ୍ୟାକୁ ସାର୍ବଜନୀନ ନକରିବା ପାଇଁ ଡାକ୍ତର ଓ ଗଣମାଧ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
କେବଳ ସେତିକି ନୁହେଁ ଚୀନ ଅଥରିଟି ଦେଶର ୧ହଜାର ଛୋଟ ବଡ ସୋସିଆଲ ମିଡିଆ ସାଇଡକୁ ସସପେଣ୍ଡ କରିଛି । ଚୀନ କରୋନା ଖବର ଓ ଭିଡିଓ ଜାରି ହେବା ପରେ ଚୀନ ସରକାର ଏହା ଉପରେ କଟକଣା ଲଗାଇଛନ୍ତି । ଚୀନରେ କୋଭିଡ ପ୍ରଳୟ କରୁଥିବା ବେଳେ ଭୟଙ୍କର ଚିତ୍ର ସାମ୍ନାକୁ ଆସୁଛି । କୁଢ କୁଢ ଶବ ଦେଖିବାକୁ ମିଳୁଛି । ସ୍ଥିିତି ଏଭଳି ହୋଇଛି ଯେ ଶବଦାହ ପାଇଁ ଜାଗା ନିମିଳିବା ଯୋଗୁଁ ଆପାର୍ଟମେଣ୍ଟ ପାକିଂଠୁ କିଛି ଦୂରରେ ଶବ ଗୁଡିକ ପୋଡାଯାଉଛି । ଗୋଟେ ଶବ ପାଇଁ କେବଳ ୧୦ ମିନିଟର ସମୟ ଦିଆଯାଇଛି । ସେପଟେ ରବିବାର ଚାଙ୍ଗୋକିଙ୍ଗ ସହରରୁ ଆସିଛି ଏହିଭଳି ଦୃଶ୍ୟ । ଯେଉଁଠି ପୁଲିସ ଓ ସ୍ଥାନୀୟ ବାସିନ୍ଦା ମଧ୍ୟରେ ମାଡମରା ହେଉଥିବା ଦେଖିବାକୁ ମିଳିଛି । ୨ହଜାର ଶ୍ରମିକଙ୍କ କାରଖାନାରେ ବାହାର କରାଯିବା ପରେ ପ୍ରଦର୍ଶନ କରାଯାଇଥିଲା ।