କରୋନା କାଳରେ ଆର୍ଥିକ ଅସଙ୍ଗତିକୁ ନେଇ ଅକ୍ସଫାମର ଚିନ୍ତାଜନକ ରିପୋର୍ଟ: ଧନୀ ହେଉଥିଲେ ଧନୀ, ଗରିବ ହେଉଥିଲେ ଗରିବ

୧୦ ମାସରେ ଶହେ କୋଟିପତିଙ୍କ ଆୟ ୧୨ ଦଶମିକ୍ ୯୮ ଲକ୍ଷ କୋଟି

120

କନକ ବ୍ୟୁରୋ: ଅନେକ ସମୟରେ ଚର୍ଚ୍ଚା ହୁଏ ଆମ ଦେଶରେ ୨ଟି ଭାରତ ରହିଛି । ଗୋଟିଏ ଖାଦ୍ୟ ଅନ୍ୱେଷଣରେ ଦୌଡ଼ୁଛି । ଅନ୍ୟ ଗୋଟିଏ ଖାଦ୍ୟ ହଜମ କରିବାକୁ ଦୌଡୁଛି, କହିବାର କଥା ହେଲା ଦେଶରେ ଗରିବ ଓ ଧନୀଙ୍କ ଭିତରେ ବିରାଟ ତାରତମ୍ୟ ରହିଛି । ସମାଜରେ ଥିବା ଏଭଳି ଅସଙ୍ଗତିକୁ ନେଇ ଅନେକ ସମୟରେ ସର୍ଭେ କରିଥାଏ ଅନ୍ତଜାର୍ତୀୟ ସ୍ୱେଚ୍ଛାସେବୀ ସଙ୍ଗଠନ ଅକ୍ସଫାମ । ମହାମାରୀ କରୋନା ସଂକଟ ସମୟରେ କିଭଳି ଦେଶରେ ଧନୀ ଅଧିକ ଧନୀ ହୋଇଛନ୍ତି ଏବଂ ଗରିବଙ୍କ ରୋଜଗାର ଚାଲିଯାଇଛି । ତାକୁ ନେଇ ଏକ ସର୍ଭେ ରିପୋର୍ଟ ପ୍ରକାଶ କରିଛି ଅକ୍ସଫାମ ସଂସ୍ଥା ।

– କରୋନା କାଳରେ ରୋଜଗାର ହରାଉଥିଲେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକ

– ୨୦୨୦ ଏପ୍ରିଲ ବେଳକୁ ପ୍ରତି ଘଂଟାରେ ୧ ଲକ୍ଷ ୭୦ ହଜାର ଲୋକ ଚାକିରି ହରାଉଥିଲେ

– କରୋନା କାଳରେ କିନ୍ତୁ ଆହୁରି ଧନୀ ହେଉଥିଲେ ଦେଶର ୧୦୦ ଜଣ କୋଟିପତି

– ୨୦୨୦ ମାର୍ଚ୍ଚରୁ ୨୦୨୧ ଜାନୁଆରୀରେ ୧୦୦ କୋଟିପତିଙ୍କ ଆୟ ୧୨.୯୮ ଲକ୍ଷ କୋଟି

– ଦେଶର ୧୩କୋଟି ୮୦ ଲକ୍ଷ ଗରିବଙ୍କ ଭାଗରେ ପଡିଥାନ୍ତା ୯୪ ହଜାର ଲେଖାଏଁ ଟଙ୍କା

– ଦେଶର ୧୧ ଜଣ ଶୀର୍ଷ କୋଟିପତିଙ୍କ ଆୟରେ ୧୦ ବର୍ଷ ଚାଲି ପାରିଥାନ୍ତା ମନରେଗା କାମ

– ସେହିପରି ୧୦ବର୍ଷ ଧରି ଚାଲି ପାରିଥାନ୍ତା ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୋଜନା

– ୪୦ କୋଟି ଶ୍ରମିକଙ୍କୁ ୫ ମାସ ଧରି ଗରିବୀ ସୀମାରେଖା ଉପରକୁ ନେଇଯାଇଥାନ୍ତା ଅମ୍ବାନୀଙ୍କ ଆୟ

– ୧୧ କୋଟିପତିଙ୍କ ଆୟରେ ୧% ଟିକସ ବସାଇଲେ ୯ ଲକ୍ଷ ଆଶାକର୍ମୀଙ୍କୁ ୫ବର୍ଷ ଦେଇହେବ ଦରମା

– ସେହିପରି ଦେଶରେ ଚାଲିଥିବା ଜନ ଔଷଧୀ କାର୍ଯ୍ୟକ୍ରମରେ ୧୪୦ ଗୁଣା ବୃଦ୍ଧି ଆସିପାରିବ