କନକ ବ୍ୟୁରୋ : ଦେଶରେ କମୁଛି କରୋନାର ଦୈନିକ ସଂକ୍ରମଣ, ହେଲେ ବଢୁଛି ମୃତ୍ୟୁ ସଂଖ୍ୟା । ଦିନକରେ ୯୫୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଗତକାଲି ଏହି ସଂଖ୍ୟା ଥିଲା ୮୯୩ । ତିନି ଦିନ ହେବ ଲଗାତର ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସେହିପରି ୨୪ ଘଣ୍ଟାରେ ୨ ଲକ୍ଷ ୯ ହଜାର ୯୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Advertisment

ଧିରେ ଧିରେ ଦେଶରେ କମୁଛି କରୋନା ସଂକ୍ରମଣ । ଦେଶରେ ତୃତୀୟ ଲହରର ଗତି ଧିମେଇ ଯାଇଥିବା ଦେଖିବାକୁ ମିଳିଛି । ହେଲେ ଗତ ତିନି ଦିନ ଧରି ମୃତ୍ୟୁ ସଂଖ୍ୟା ଲଗାତାର ଭାବେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ
- ୨,୦୯,୯୧୮ ଆକ୍ରାନ୍ତ ଚିହ୍ନଟ
- ୯୫୯ ଜଣଙ୍କ ମହାମାରୀ କରୋନାରେ ମୃତ୍ୟୁ
- ଦେଶରେ ପଜିଟିଭିଟି ରେଟ୍ ୧୫.୭୭%
- ଦେଶରେ ସକ୍ରିୟ ମାମଲା ରହିଛି ୧୮,୩୧,୨୬୮
- ଯାହା ମୋଟ୍ ଆକ୍ରାନ୍ତର ୪.୪୩%

ତୃତୀୟ ଲହର ଭିତରେ ଗତ ୨୦ ଜାନୁଆରୀରେ ସର୍ବାଧିକ ୩.୪୭ ଲକ୍ଷ ଦୈନିକ ସଂକ୍ରମଣ ଚିହ୍ନଟ ହୋଇଥିଲା । ଏହା ପରଠାରୁ କ୍ରମାଗତ ଭାବେ ସଂକ୍ରମଣ କମିବାରେ ଲାଗିଛି । କରୋନା ସଂକ୍ରମଣ କମୁଥିବାରୁ ବିଭିନ୍ନ ରାଜ୍ୟରେ କଟକଣା ମଧ୍ୟ କୋହଳ ହେବାରେ ଲାଗିଛି ।

- ମଧ୍ୟପ୍ରଦେଶରେ ଫେବ୍ରୁଆରୀ ୧ରୁ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଯାଉଛି
- ପଶ୍ଚିମବଙ୍ଗରେ ୩ ଫେବ୍ରୁଆରୀରୁ କରୋନା କଟକଣା ଭିତରେ ସ୍କୁଲ ଖୋଲାଯିବ
- ରାଜସ୍ଥାନ ଓ ବେଙ୍ଗାଲୁରୁରେ ସୋମବାରଠାରୁ ସ୍କୁଲ ଖୋଲାଯାଇଛି

ଏବେବି କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ସଂଖ୍ୟା ଅଧିକ ରହିଛି । ଯାହାକୁ ନେଇ କରୋନା ଗାଇଡଲାଇନ୍ ପାଳନ ଏବଂ ଟିକା ନେବାକୁ କହୁଛନ୍ତି ସରକାର ।