କନକ ବ୍ୟୁରୋ : ୟୁରୋପରେ ୨୦ ଲକ୍ଷ ଟପିବ କରୋନା ମୃୃତ୍ୟୁ । ଏନେଇ ଆକଳନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁଏଚ୍ଓର ସୂଚନା ଅନୁସାରେ ୟୁରୋପରେ ୭ ଲକ୍ଷ ଲୋକଙ୍କ କରୋନାରେ ମୃତ୍ୟୁ ହୋଇ ସାରିଲାଣି । ବର୍ତ୍ତମାନର ସ୍ଥିତିକୁ ଲକ୍ଷ୍ୟ କଲେ ଜଣାପଡ଼ୁଛି ଯେ, ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ସଂଖ୍ୟା ୨୦ ଲକ୍ଷ ଟପିପାରେ । ସପ୍ତାହେ ହେବ ପ୍ରତ୍ୟେକ ଦିନ ପାଖାପାଖି ୪ ହଜାର ୨ ଶହ ଲୋକଙ୍କ କରୋନାରେ ଜୀବନ ଯାଉଛି ।

Advertisment

ସେପ୍ଟେମ୍ବରରେ ଏହି ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇଛି । ଫଳରେ ୨୫ଟି ଦେଶର ହସ୍ପିଟାଲ ବେଡ୍ ଉପରେ ଅଧିକ ଚାପ ପଡିପାରେ । ସେହିପରି ମାର୍ଚ୍ଚ ସୁଦ୍ଧା ୫୩ଟି ଦେଶ ମଧ୍ୟରୁ ୪୯ଟି ଦେଶର ଆଇସିୟୁ ବେଡ୍ ଉପରେ ଅଧିକରୁ ଅଧିକ ଚାପ ପଡ଼ିପାରେ । ଆସନ୍ତାବର୍ଷ ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୨୨ ଲକ୍ଷରେ ପହଂଚିବ ବୋଲି ଡବ୍ଲୁଏଚ୍ଓ ଆକଳନ କରିଛି ।