ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ରହିଛି ୯ ହଜାର ୮ଟି ବେଡ୍ : ଚିକିିତ୍ସିତ ହେଉଛନ୍ତି ୧୫୭୬ ରୋଗୀ; ୨୦୧୮ ଆଇସିୟୁ ବେଡରୁ ଭର୍ତ୍ତି ହୋଇଛି ୪୨୪

282

କନକ ବ୍ୟୁରୋ : ରୂପ ବଦଳାଉଥିବା ଭୂତାଣୁ, ଅଧିକ ସଂକ୍ରାମକ ଓ ଅଧିକ ଶକ୍ତିଶାଳୀ ହୋଇଥିବାରୁ ସ୍ୱାସ୍ଥ୍ୟ ଭିତିଭୂମି ପ୍ରଭାବିତ ହେବ ବୋଲି କୁହାଯାଉଛି । ଏପରିକି କେଉଁଠି କେଉଁଠି ବେଡ ଅଭାବ ସୃଷ୍ଟି ହେଲାଣି ବୋଲି ଖବର ଆସିବାରେ ଲାଗିଛି । ତେବେ ସରକାରୀ ତଥ୍ୟ ଅନୁସାରେ, ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ୯ ହଜାର ୮ ବେଡ୍ ରହିଛି । ସମୁଦାୟ ରୋଗୀ ଅଛନ୍ତି ୧୫୭୬ । ବେଡ଼ ସଂଖ୍ୟାର ୧୭.୫୦ ରୋଗୀ ଅଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଘରୋଇ ହସ୍ପିଟାଲରେ ୪୬୪୦ ବେଡ଼ ଓ ସରକାରୀ ହସ୍ପିଟାଲରେ ୪୩୬୮ ବେଡ଼ ରହିଛି । ଘରୋଇ ହସ୍ପିଟାଲରେ ୭୫୩ ରୋଗୀ ରହିଥିବା ବେଳେ ସରକାରୀ ହସ୍ପିଟାଲରେ ୮୨୩ ରୋଗୀ ରହିଛନ୍ତି । ଘରୋଇ ହସ୍ପିଟାଲରେ ୧୪୯୪ ଆଇସିୟୁ ରହିଥିବା ବେଳେ ରୋଗୀ ଅଛନ୍ତି ୩୨୦ ।

ସେହିପରି ସରକାରୀ ହସ୍ପିଟାଲରେ ୫୨୪ ଆଇସିୟୁ ଥିବା ବେଳେ ରୋଗୀ ଅଛନ୍ତି ୧୦୪ । ରାଜ୍ୟରେ ସମୁଦାୟ ଆଇସିୟୁ ବେଡ଼ ସଂଖ୍ୟା ୨୦୧୮ ରୋଗୀ ଅଛନ୍ତି ୪୨୪ । ଯେତିକି ଆଇସିୟୁ ବେଡ଼ ରହିଛି ତାହାର ୨୧.୧ ପ୍ରତିଶତ ରୋଗୀ ରହିଛନ୍ତି । ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟର ରହିଛି ୬୦୩, ରୋଗୀ ଅଛନ୍ତି ୪୧ । ସେହିପରି ସରକାରୀ ହସ୍ପିଟାଲରେ ୧୭୯ ଭେଣ୍ଟିଲେଟର ରହିଥିବା ବେଳେ ୧୮ ଜଣ । ରାଜ୍ୟରେ ସମୁଦାୟ ଭେଣ୍ଟିଲେଟର ୭୮୨ ରହିଥିବା ବେଳେ ସେଥିରେ ରୋଗୀ ରହିଛନ୍ତି ୫୯ ।
ରାଜ୍ୟର ଭେଣ୍ଟିଲେଟର ତୁଳନାରେ ରୋଗୀଙ୍କ ସଂଖ୍ୟା ମାତ୍ର ୭.୫୪ ।