ଓଡ଼ିଶାରେ ବଢ଼ୁଛି କରୋନା ମିଟର । ନାଇଜର କ୍ୟାମ୍ପସରେ ୩୧ ପିଲା ପଜିଟିଭ୍, ପୁରୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍ ।

ଓଡ଼ିଶାରେ ବଢ଼ୁଛି କରୋନା ମିଟର । ନାଇଜର କ୍ୟାମ୍ପସରେ ୩୧ ପିଲା ପଜିଟିଭ୍, ପୁରୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍ ।

କନକ ବ୍ୟୁରୋ : ଓଡିଶାରେ ବି ମାଡି ଚାଲିଛି କରୋନା । ମାତ୍ର ୭ଦିନ ଭିତରେ ରାଜ୍ୟର ଦୈନିକ କରୋନା ସଂକ୍ରମଣ ସଂଖ୍ୟା ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ଏହା ୟେଲୋ ଜୋନରେ ପ୍ରବେଶ କରିଛି । କିନ୍ତୁ ଆଶ୍ୱସନାର କଥା ହେଲା ରାଜ୍ୟରେ ସଂକ୍ରମଣ ବଢ଼ୁଥିଲେ ବି ହସ୍ପିଟାଲ ଉପରେ ଚାପ କମ୍ ଅଛି । ବିଭିନ୍ନ ମଡେଲରେ ଯେମିତି ଆକଳନ କରାଯାଉଥିଲା ଠିକ୍ ସେହି ଗତିରେ ରାଜ୍ୟରେ ମାଡିଚାଲିଛି କରୋନା । ମାତ୍ର ୭ଦିନ ଭିତରେ ରାଜ୍ୟର ଦୈନିକ କରୋନା ସଂକ୍ରମଣ ସଂଖ୍ୟା ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି । ଡିସେମ୍ବର ୨୯ ରେ ୨୨୧ ଜଣ ଚିହ୍ନଟ ହୋଇଥିବାବେଳେ ଜାନୁଆରୀ ୪ରେ ୬୮୦ ଜଣ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶା କରୋନା ମିଟର
ତାରିଖ                                    ସଂକ୍ରମଣ
ଜାନୁଆରୀ ୪                               ୬୮୦
ଜାନୁଆରୀ ୩                               ୪୨୪
ଜାନୁଆରୀ ୨                               ୪୨୪
ଜାନୁଆରୀ ୧                               ୨୯୮
ଡିସେମ୍ବର ୩୧                             ୨୨୮
ଡିସେମ୍ବର ୩୦                             ୨୨୫
ଡିସେମ୍ବର୨୯                               ୨୨୧

ରାଜ୍ୟରେ ସଂକ୍ରମଣ ଉପରମୁହାଁ ହୋଇଥିବାବେଳେ ମୁଣ୍ଡବିନ୍ଧାର କାରଣ ପାଲଟିଛି ଖୋର୍ଦ୍ଧା ଜିଲ୍ଲା । ପ୍ରଥମ ଓ ଦ୍ୱିତୀୟ ଲହର ଭଳି ଖୋର୍ଦ୍ଧା ଜିଲ୍ଳାରେ ବର୍ତମାନ ସଂକ୍ରମଣ ବଢ଼ିବାରେ ଲାଗିଛି । ମଙ୍ଗଳବାର ସର୍ବାଧିକ ୨୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଖୋର୍ଦ୍ଧା ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୧୫୩କୁ ବୃଦ୍ଧି ପାଇବାରୁ ପୁଣି ଥରେ ୟେଲୋ ଜୋନରେ ପ୍ରବେଶ କରିଛି । ସେହିପରି ସମ୍ବଲପୁର ଓ ସୁନ୍ଦରଗଡରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି ।

ନାଇଜର କ୍ୟାମ୍ପସରେ କରୋନା । ୩୧ କରୋନା ପଜିଟିଭ୍ ଚିହ୍ନଟ । ସେପଟେ ପଜିଟିଭ୍ ଚିହ୍ନଟ ପରେ ଡିସିପି ଅଫିସ ସିଲ୍ । ଖୋର୍ଦ୍ଧା ଜଟଣୀ ସ୍ଥିତ ନାଇଜର କ୍ୟାମ୍ପସରୁ ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨ ଦିନ ତଳେ ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ଼ ପରୀକ୍ଷା ପାଇଁ ନମୂନା ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୩୧ ଜଣ ପଜିଟିଭ୍ ଆସିଛନ୍ତିି । ସେହିପରି ଡ଼ିସିପି ଅଫିସର ଏକାଧିକ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଡ଼ିସିପି ଅଫିସକୁ ୨ଦିନ ପାଇଁ ସିଲ କରାଯାଇଛି । ସଂକ୍ରମଣ ରୋକିବାକୁ ଅଫିସ ସାନିଟାଇଜ କରାଯାଇଛି । ସେହି ଅଞ୍ଚଳକୁ ଅନ୍ୟମାନଙ୍କୁ ଯିବାକୁ ବାରଣ କରାଯାଇଛି । ପୁରୀରେ ଫେରିଛି ମାଇକ୍ରୋ କଣ୍ଟେନମେଣ୍ଟ । ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୌରସଂସ୍ଥାର ୧୧ ନମ୍ବର ୱାର୍ଡର ହୋଟେଲ ସୋନା ଇଣ୍ଟରନ୍ୟାସନାଲ ଓ ତାର ଆଖାପାଖ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ଓଡିଶାରେ ସଂକ୍ରମଣ ବଢ଼ୁଥିଲେ ବି ହସ୍ପିଟାଲ ଉପରେ ଚାପ କମ୍ ଅଛି । ନଜର ପକାନ୍ତୁ ବର୍ତ୍ତମାନ ସୁଦ୍ଧା ଓଡିଶାର କୋଭିଡ ହସ୍ପିଟାଲ ଗୁଡିକରେ କେତେ ବେଡ୍ ଅକ୍ତିଆର ହୋଇଛି ।
- ରାଜ୍ୟରେ ଉପଲବ୍ଧ ଅଛି ୬ ହଜାର ୬୮୫ କରୋନା ବେଡ୍
- ଅକ୍ତିଆର ହୋଇଛି ୧୬୬ ବେଡ୍ ଅର୍ଥାତ ୨.୪୮%
- ଆଇସିୟୁରେ ଅଛନ୍ତି ୯୮ ଜଣ କରୋନା ଆକ୍ରାନ୍ତ
- ସେହିପରି ୨୧ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି
- ଶିଶୁଙ୍କ ପାଇଁ ରହିଛି ମୋଟ୍ ୧ ହଜାର ୧୭୯ ବେଡ୍
- ଅକ୍ତିଆର ହୋଇଛି ୮ଟି ବେଡ୍ ଅର୍ଥାତ ୦.୬୮%
- ଜଣେ ମାତ୍ର ଶିଶୁ ରାଜ୍ୟରେ ଆଇସିୟୁରେ ରହିଥିବା ସୂଚନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe