ଉତ୍ତରକୋରିଆରେ କାୟା ମେଲାଉଛି କରୋନା । ଓମିକ୍ରନ ପ୍ରଜାତି ଯୋଗୁଁ ମାଡିଚାଲିଛି ମହାମାରୀ । ଦୈନିକ ସଂକ୍ରମଣ ୩ଲକ୍ଷରୁ ଅଧିକ, ଗଲାଣି ୫୦ ଜୀବନ

73

କନକ ବ୍ୟୁରୋ: କରୋନା ଯୋଗୁଁ ହଠାତ ବଦଳିଛି ଉତ୍ତରକୋରିଆର ଚିତ୍ର । ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି ସଂକ୍ରମଣ । କରୋନା ଯୋଗୁଁ ଏବେ ସୁଦ୍ଧା ୫୦ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଥିବାବେଳେ ୧୨ଲକ୍ଷରୁ ଅଧିକ ଲୋକ ମହାମାରୀ କବଜାରେ ପଡିସାରିଲେଣି । ସ୍ଥାନୀୟ ଗଣମାଧ୍ୟମ ରିର୍ପୋଟ ଅନୁସାରେ, ଉତରକୋରିଆରେ ଦୈନିକ ସଂକ୍ରମଣ ୩ଲକ୍ଷରୁ ଅଧିକ ରହୁଛି ।

ସେପଟେ ଶାସକ କିମ ଜଙ୍ଗ ଉନ ଦେଶବାସୀଙ୍କ ଚିିକିତ୍ସା ପାଇଁ ସେନାକୁ ମୃତୟନ କରି ଔଷଧ ବିତରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରକୋରିଆ ଆଟିଂ ଭାଇରସ ଏମରଜେନ୍ସି ସଂସ୍ଥା କହିଛ,ି ଦେଶରେ ଏବେ ସୁଦ୍ଧା ୧୨ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ଓ ୫ଲକ୍ଷରୁ ଅଧିକ ଲୋକଙ୍କୁ ସଂଗରୋଧରେ ରଖାଯାଇଛି ।

ଉତ୍ତରକୋରିଆ ଶୂନ୍ୟ କରୋନାର ସୁରକ୍ଷା କବଚ ଭିତରେ ରହିଥିବା ଶାସକ କିମ ଜଙ୍ଗ ଉନ ଦାବି କରି ଆସୁଥିଲେ । ଏପରିକି ନିଜ ଦେଶକୁ କରୋନାରୁ ଦୂରେଇ ରଖିବ ପାଇଁ କିମ ଜଙ୍ଗ ଉନ ସୀମା ସିଲ କରିବା ସହ ବାହ୍ୟଜଗତରୁ ଉତରକୋରିଆ ସମ୍ପୂର୍ଣ୍ଣ ବିଚ୍ଛିନ କରିଥିଲେ । କିନ୍ତୁ ଦୀର୍ଘ ଅଢେଇ ବର୍ଷ ପରେ ଗତ ସପ୍ତାହରେ ଉତରକୋରିଆରେ ପ୍ରଥମ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲା । ଭୟଭୀତ ହୋଇ ଶାସକ କିମ ଜଙ୍ଗ ସାରା ଦେଶରେ ଲକଡାଉନ ଜାରି କରିଥିଲ । ସେପଟେ ରୁଷ,ଆମେରିକା,ମିଳିତ ଜାତିସଂଘର କୋଭିଡ ଟିକା ପ୍ରସ୍ତାବକୁ ପ୍ରତ୍ୟାଖାନ କରିସାରିଛି ଉତରକୋରିଆ । ଯାହାର ପରିଣାମ ସୁରୁପ ଏବେ ଦେଶରେ ନିଆଁ ବେଗରେ ମାଡି ଚାଲିଛି କରୋନା ।