ରାଉରକେଲା ଏନଆଇଟିକୁ ଏବେ କରୋନା ଭୟ ! କରୋନା ସଂକ୍ରମିତଙ୍କ ସଂଖ୍ୟା ୪କୁ ବୃଦ୍ଧି 

93

କନକ ବ୍ୟୁରୋ : ରାଉରକେଲା ଏନଆଇଟିରେ ଏବେ କରୋନା ଭୟ । ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ରେ ପଂହଚିଛି । ଏହା ଆହୁରି ବଢିବା ଆଶଙ୍କା କରିଛନ୍ତି  ହଷ୍ଟେଲରେ ଥିବା ତୃତୀୟ ବର୍ଷର ଛାତ୍ରଛାତ୍ରୀ । ଅଫଲାଇନରେ ସେମିଷ୍ଟାର ପରୀକ୍ଷା ଦେବାକୁ ଏହି ଛାତ୍ରଛାତ୍ରୀ କ୍ୟାମ୍ପସକୁ ଆସିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ଏଠାକୁ ଆସୁଥିବାରୁ କର୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଏ ନେଇ ଶତାଧିକ ଛାତ୍ରଛାତ୍ରୀ  ପ୍ରତିଷ୍ଠାନର ନିର୍ଦ୍ଦେଶକ, ଡିନ ଏକାଡେମୀ ଓ ଚିଫ ୱାର୍ଡନକୁ ଭେଟିଛନ୍ତି । ସେମିଷ୍ଟାର ପରୀକ୍ଷାକୁ ଅନଲାଇନରେ କରିବା ସହ ସେମାନଙ୍କୁ ନିଜ ନିଜ ଘରକୁ ଚାଲିଯିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି ।