କନକ ବ୍ୟୁରୋ: ଦେଶରେ କରୋନାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏନେଇ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡିଶା, ତାମିଲନାଡୁ ଏବଂ ତେଲଙ୍ଗାନାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଟୀକାକରାଣ ବୃଦ୍ଧି ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।
Union Health Secretary writes to Health Secys of Delhi, Kerala, Karnataka, Maharashtra, Odisha, Tamil Nadu & Telangana on rising #COVID19 cases
"Should aim to increase pace of vaccination for eligible population&follow five-fold strategy&adherence to Covid Appropriate Behaviour" pic.twitter.com/YLko1ICh9c
— ANI (@ANI) August 6, 2022
ପତ୍ରରେ କୁହାଯାଇଛି, ଟୀକାକରଣର ଗତିକୁ ବଢାଇଦିଆଯାଉ । ଯେଉଁମାନେ ଟୀକା ନେଇ ନାହାନ୍ତି ତାଙ୍କୁ କେଉଁଭଳି ଟୀକା ଦିଆଯାଇପାରିବ ସେନେଇ ପଦକ୍ଷେପ ନିଆଯାଉ । ସେହିଭଳି କୋଭିଡ ଗାଇଡଲାଇନ ପାଳନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୯ ହଜାର ୪୦୬ ମାମଲା ସାମ୍ନାକୁ ଆସିଛି । ସେହିଭଳି ୪୯ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।