ରାଜ୍ୟରେ କରୋନା ମିଟର ଉପରମୁହାଁ : ୨୪ଘଂଟାରେ ୧୧ହଜାର ୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ

195

କନକ ବ୍ୟୁରୋ : ରାଜ୍ୟରେ କରୋନା ମିଟର ଉପରମୁହାଁ । ୨୪ଘଂଟା ଭିତରେ ୧୧ହଜାର ୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ  । ୬ହଜାର ୫୦୯ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫ହଜାର ୧୧୪ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ଘଂଟାରେ ୬୯ହଜାର ୪୦୭ନମୁନା ପରୀକ୍ଷା ହୋଇଥିବା ବେଳେ ୧୧ହଜାର ୬୨୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୨୦୨୧ ସଂକ୍ରମିତ ଚିହ୍ନଟ ହୋଇଛି ।

ସେହିପରି କଟକରୁ ୯୯୮,ବାଲେଶ୍ୱରରୁ ୫୦୮, ଢେଙ୍କାନାଳରୁ ୪୪୧, ଯାଜପୁରରୁ ୫୬୦, ସୁନ୍ଦରଗଡ଼ରୁ ୬୯୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୭ଲକ୍ଷ ୨୬ହଜାରକୁ ବୃଦ୍ଧି ପାଇଛି । ୬ଲକ୍ଷ ୧୨ହଜାର ୯୯୩ ଜଣ ସୁସ୍ଥ ହୋଇଥିବା ବେଳେ ଏକ ଲକ୍ଷ ୧୦ହଜାର ୩୭୩  ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Comments are closed.