କନକ ବ୍ୟୁରୋ : ରାଜ୍ୟରେ କରୋନା ମିଟର ଉପରମୁହାଁ । ୨୪ଘଂଟା ଭିତରେ ୧୧ହଜାର ୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ । ୬ହଜାର ୫୦୯ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫ହଜାର ୧୧୪ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ଘଂଟାରେ ୬୯ହଜାର ୪୦୭ନମୁନା ପରୀକ୍ଷା ହୋଇଥିବା ବେଳେ ୧୧ହଜାର ୬୨୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୨୦୨୧ ସଂକ୍ରମିତ ଚିହ୍ନଟ ହୋଇଛି ।
ସେହିପରି କଟକରୁ ୯୯୮,ବାଲେଶ୍ୱରରୁ ୫୦୮, ଢେଙ୍କାନାଳରୁ ୪୪୧, ଯାଜପୁରରୁ ୫୬୦, ସୁନ୍ଦରଗଡ଼ରୁ ୬୯୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୭ଲକ୍ଷ ୨୬ହଜାରକୁ ବୃଦ୍ଧି ପାଇଛି । ୬ଲକ୍ଷ ୧୨ହଜାର ୯୯୩ ଜଣ ସୁସ୍ଥ ହୋଇଥିବା ବେଳେ ଏକ ଲକ୍ଷ ୧୦ହଜାର ୩୭୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/7-16.jpg)