ଓଡ଼ିଶାରେ ତଳମୁହାଁ କରୋନା ମିଟର । ୯ ପ୍ରତିଶତ ତଳେ ସଂକ୍ରମଣ ହାର । ଆଜି ୬,୦୧୯ ନୂଆ ଆକ୍ରାନ୍ତ, ୪୩ ମୃତ ।

357

କନକ ବ୍ୟୁରୋ : କରୋନା ସଂକ୍ରମଣର ଦ୍ୱିତୀୟ ଲହର ମେ ମାସରେ ଶୀର୍ଷ ଛୁଇଁବା ପରେ ଜୁନ ପହିଲାରୁ ତଳମୁହାଁ ହୋଇଛି । ଏବେ ଓଡିଶାରେ ମହାମାରୀ ଭୁତାଣୁର ସଂକ୍ରମଣ ହାର ବା ପିଜିଟିଭିଟି ରେଟ ସ୍ଥିର ଅବସ୍ଥାରେ ରହିଛି । ଜୁନ ମାସରେ ୧୦ ପ୍ରତିଶତ ତଳେ ରହିଛି କରୋନା ସଂକ୍ରମଣ । ସେପଟେ ଦେଶରେ ୨୪ ଘଂଟାରେ ପାଇ୍ଁ ୧ଲକ୍ଷ ତଳକୁ ଖସିଛି ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା ।

ଏ ହେଉଛି ଜୁନ ମାସ ପ୍ରଥମ ୫ ଦିନର ଓଡ଼ିଶା କରୋନା ମିଟର । ଜୁନ ୧ ତାରିଖରେ ଟେଷ୍ଟ ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର ୧୪.୦୨ ପ୍ରତିଶତ ଥିବା ବେଳେ ଜୁନ ୫ ତାରିଖରେ ଏହା ୪ ପ୍ରତିଶତ ହ୍ରାସ ପାଇ ୧୦.୫୧ ପ୍ରତିଶତକୁ ଖସି ଆସିଥିଲା । ମେ’ ମାସରେ କରୋନାର ଦ୍ୱିତୀୟ ଲହର ଶୀର୍ଷ ଛୁଇଁବା ପରେ ଜୁନ ଆରମ୍ଭରୁ ତଳମୁହାଁ ହୋଇଥିଲା ରାଜ୍ୟର କରୋନା ମିଟର ।

ଓଡ଼ିଶା କରୋନା ମିଟର
ତାରିଖ        ଟେଷ୍ଟ               ଆକ୍ରାନ୍ତ            ସଂକ୍ରମଣ ହାର
ଜୁନ ୧      ୬୨,୨୯୩            ୮,୭୩୫              ୧୪.୦୨%
ଜୁନ ୨      ୬୬,୬୮୩           ୮,୩୯୯              ୧୨.୫୯%
ଜୁନ ୩     ୭୦,୧୭୮            ୮,୮୩୯              ୧୨.୫୯%
ଜୁନ ୪      ୬୮,୬୦୪           ୭,୭୨୯               ୧୧.୨୬%
ଜୁନ ୫     ୭୦,୩୧୩           ୭,୩୯୫             ୧୦.୫୧%

ଆଉ ଏ ହେଉଛି ଜୁନ ୬ରୁ ଜୁନ ୯ ପର୍ଯ୍ୟନ୍ତ ରାଜ୍ୟର କରୋନା ମିଟର । ଜୁନ ୬ରେ ୧୦ ପ୍ରତିଶତ ତଳକୁ ଖସିଥିଲା ସଂକ୍ରମଣ ହାର । ଜୁନ ୮ରେ ଏହି ହାର ୯ ପ୍ରତିଶତରୁ କମିଥିଲା । ଗତ ୨୪ ଘଂଟା ଭିତରେ ୬ ହଜାର ୧୯ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ସଂକ୍ରମଣ ହାର ରହିଛି ୮ ଦଶମିକ ୭୫ । ପୂର୍ବଦିନ ଠାରୁ ସାମାନ୍ୟ ଅଧିକ ରହିଛି । ତେବେ ଗତ ଦୁଇ ଦିନ ଧରି ୯ ପ୍ରତିଶତ ତଳକୁ ରହିଛି ପଜିଟିଭିଟି ରେଟ୍ ।

ଓଡ଼ିଶା କରୋନା ମିଟର
ତାରିଖ          ଟେଷ୍ଟ            ଆକ୍ରାନ୍ତ            ସଂକ୍ରମଣ ହାର
ଜୁନ ୬       ୭୧,୯୭୩        ୭,୦୦୨               ୦୯.୭୨%
ଜୁନ୍ ୭       ୬୭,୧୭୮         ୬,୧୧୮               ୦୯.୧୧%
ଜୁନ ୮       ୬୮,୮୯୬         ୫,୮୯୬               ୦୮.୫୫%
ଜୁନ ୯       ୬୮,୭୭୮         ୬,୦୧୯               ୦୮.୭୫%

ସେପଟେ ଦେଶରେ ୧ ଲକ୍ଷ ତଳେ ରହିଛି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ସାରାଦେଶରେ ୯୨ ହଜାର ୫୯୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୪.୬୬ ପ୍ରତିଶତ । ଦୈନିକ ଯେତିକି ଆକ୍ରାନ୍ତ ହେଉଛନ୍ତି, ତା’ଠାରୁ ଅଧିକ ସୁସ୍ଥ ହେଉଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୩୧,୪୧୫ କୁ ହ୍ରାସ ପାଇଛି । ସେହିପରି ଏହି ସମୟ ଭିତରେ ୨,୨୧୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩,୫୩,୫୨୮ ପହଁଚିଛି ।