କନକ ବ୍ୟୁରୋ : ପୁଣି ଚିନ୍ତା ବଢାଇଲାଣି ଚୀନ୍ । ଚୀନରେ କଲବଲ କଲାଣି କରୋନା । କିଛି ଦିନର ଆଶ୍ୱସ୍ତି ପରେ କରୋନାକୁ ନେଇ ଆସିଛି ବଡ଼ ଖବର । ଚୀନ ମିଡିଆର ସୂଚନା ଅନୁସାରେ, କରୋନାର ଉତ୍ପତିସ୍ଥଳ ଉହାନରେ ପୁଣି ଥରେ କାୟାବିସ୍ତାର କଲାଣି ମହାମାରୀ କରୋନା ଭୂତାଣୁ । ପାଖାପାଖି ୨ ବର୍ଷ ପରେ ଉହାନରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୫୨୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଉ ଏମାନଙ୍କ ମଧ୍ୟରୁ ୨୧୪ଜଣଙ୍କ ଠାରେ ଲକ୍ଷଣ ରହିଥିବା ବେଳେ ୩୧୨ଜଣ ଲକ୍ଷଣବିହୀନ ।
କରୋନାକୁ ନେଇ କିଛି ଦିନର ଆଶ୍ୱସ୍ତି ପରେ, ଏବେ ଚୀନରୁ ଯେଉଁ ଖବର ଆସିଛି, ତାହା ପୁଣି ଥରେ ଚିନ୍ତା ବଢାଇବା ଭଳି । ଚୀନରେ କରୋନାର ସର୍ବାଧିକ ମାମଲା ସାମ୍ନାକୁ ଆସିବା ପରେ ଅନ୍ୟଦେଶମାନେ ମଧ୍ୟ ସତର୍କ ହେଲେଣି । ଏପରିକି ନିଜ ନାଗରିକମାନଙ୍କୁ କରୋନା ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ତେବେ କରୋନାର ଭୟାବହତା ବର୍ତ୍ତମାନ ସମୟରେ ଏତେଟା ନଥିଲେ ମଧ୍ୟ, ଆମକୁ ସର୍ବଦା ସତର୍କ ରହିବାକୁ ପଡିବ । ତେଣୁ ଘରୁ ବାହାରକୁ ବାହାରିଲେ ମୁହଁରେ ସର୍ବଦା ମାସ୍କ ପିନ୍ଧନ୍ତୁ ଏବଂ ଗହଳି ସ୍ଥାନରୁ ଦୂରେଇ ରୁହନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/03/8-8.jpg)